ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୯ ଡିସେମ୍ବର ୨୦୨୩
ଆସିଗଲା ନିର୍ବାଚନ
ନେତା କରିବେ ଗର୍ଜନ
ଜନତା ଶୁଣିବେ କେତେ ମଧୁର ବଚନ ।।
ମାଇକ ଡ଼ିଜେରେ ପୁଣି କମ୍ପିବ ଗଗନ
ନାଚ ଗୀତରେ ଥରିବ ଚଉଦ ଭୁବନ
ମର୍ତ୍ତ ହେବ ନନ୍ଦନକାନନ
ଆଉ ରାତି ହେବ ଦିନ ।।
ସ୍ୱଚ୍ଛ ରାଜନୀତି ହେବ ସଭିଙ୍କ ସ୍ଲୋଗାନ
ତେବେ ପାଣ୍ଠିର ହିସାବ ଦଳ ରଖିବେ ଗୋପନ
ଯୋଗାଡ଼ରେ ଲାଗିଯିବେ ଜନସମର୍ଥନ
ହାତୀ ଘୋଡ଼ା ଦେବୁ କହି ଭୁଲାଇବେ ମନ ।।
ବିକାଶ ନାମରେ ସିନା ହେବ ମତଦାନ
ତେବେ ଚଉକି ଦଖଲ ପାଇଁ ରହିଥିବ ଧ୍ୟାନ
ନିର୍ବାଚନ ପରେ ଆଉ ନଦିଶିବେ ଜନ
ନେତା ବିତାଇବେ ନିର୍ବାସନର ଜୀବନ ।।