• About
  • Contact
Wednesday, April 29, 2026
Wednesday, April 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅସୀମ ସପନ

ଅସୀମ ସପନ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୨ ସେପ୍ଟେମ୍ବର ୨୦୨୪

ଅସୀମ ସପନ, ଧରି ରୁହେ ମନ
ନିକମା, ମଣିଷ ଟିଏ,
ଦିବା ସପନରେ, ନିରନ୍ତର ଘୁରେ
ବୃଥା ଭାବନାରେ ରୁହେ ll

ଦୂର ଦିଗନ୍ତକୁ, ପାଏ ନାହିଁ ହାତ
ହାତଟି ବହୁତ ଛୋଟ,
ବାମନର ଇଛା, ଚନ୍ଦ୍ରମାକୁ ବାନ୍ଧି
ଆଣିବାକୁ ଛଟପଟ ll

ସକଳ ଐଶ୍ଵର୍ଯ୍ୟ, ଭୋଗି କେ ମଉଜ
କରିବଟି ଦିବା ନିଶି,
କୁଟା ଖଣ୍ଡିକଟି, ଦୁଇ ଖଣ୍ଡ ନାହିଁ
ରାଗ, ପଉରଷ ବେଶି ll

କର୍ମକୁଣ୍ଠ ଜନ, ଭାବରେ ମଗନ
ଲୋଡ଼ିବସେ, ଭୋଗଭାଗ୍ୟ
ବିନା ଅରଜନେ, କରି ଗରଜନ
ବଢ଼ାଏ ପ୍ରତାପ ବେଗ ll

ହିତଶତ୍ରୁ ସରି, ଦାଉ ଦିଏ ଭାରି
ନିତି, କଳିଗୋଳ ଘରେ,
କେତେ ହାତାହାତି, ମରାପିଟା ନିତି
ଭୁଲି ବଡ଼ସାନ ବାରେ ll

ହାତୀ, ଛତି, ଘୋଡ଼ା, ଘର ବାଡ଼ି,
ଘୋଡା ଲୋଡୁଥିବେ, ରାତାରାତି
ଭଲ ଖାନା, ପିନା, ବସନ, ପାଉଣା
ଦାମ, ଦାମକିଆ ପ୍ରୀତି ll

ସୁବର୍ଣ୍ଣ ଗହଣା, ହୃଦୟେ ଭରଣା
ଆଭରଣେ ବେଶ, ଭୁଷା,
ମଥାଠାରୁ ଚିତା, ତିଳକ ପଇତା
ସବୁ କଳ୍ପନାରେ ଆଶା ll

ପଦ ଓ କ୍ଷମତା, ହାକିମ ମମତା
ହାବଭାବେ ଫୁଟି ବସା,
ମୁଣ୍ଡ ସିନା ଛୋଟ, ପାଗ ବଡ଼,
ମୋଟ ନିର୍ଲଜ ମନର ଆଶା ll

ଚେଷ୍ଟା, ପ୍ରଚେଷ୍ଟାଟି, ରୁହେ ମାଟି ଚାଟି
ଅଳସୁଆ ରୋଗ ଧରି,
ଶ୍ରମ କାତରଙ୍କ, ଏହିତ ସଉକ
ଭାଷଣରେ ବାହାଦୁରୀ ll

ତୁଣ୍ଡ ବାଲୁବାଲୁ, ମୁଣ୍ଡ ସାଲୁବାଲୁ
ଅଳିଆ, ଅସନା ଧରି,
ସଂଯମ, ସଂଭ୍ରମ, ହୋଇ ମତିଭ୍ରମ
ଯାଏଚାଲି ଡ଼ରିମରି ll

ଶିକ୍ଷା, ସଂସ୍କାରଟି, ପାଶୁ ଯାଏ ଛୁଟି
କୁସଂସ୍କାର ବାଟ ଧରି,
ତାରକା, ଖେଳାଳି, ନେତା, ଅଭିନେତା
ହେବାକୁ ମନସ୍ତ ଭାରି ll

କଷ୍ଟ କଲେ କୃଷ୍ଣ, ମିଳିବାର ପାଠ,
ମୋଟା ବୁଦ୍ଧିଆଙ୍କ ବିଷ,
ସହଜ, ସୁଲଭ, ଲଭିବାକୁ ଭାବ
ରାହୁ ପରି କରେ ଗ୍ରାସ ll

ସପନ ସାର୍ଥକ, କରିବାର ଲକ୍ଷ୍ୟ
ନିଏ କୁପଥକୁ ଟାଣି,
କିଏ ହୁଏ ଚୋର, କିଏ ପାରିବାର
କହି, ଟାଉଟର ବାଣୀ ll

ଖାଏ କିଏ ଲାଞ୍ଚ, କରି ନାନା ପେଞ୍ଚ
ଭୁଲି ପରିଣତି ଚିନ୍ତା,
ଅବାଟ, କୁବାଟ, ଖୋଜି ଗଳା ବାଟ
ଅନ୍ଧାର, ଗୋହିରି ପନ୍ଥା ll

ଦୁଇ ଆଖି ବୁଜି, ଲୁଚି ଛପି ଭୁଞ୍ଜି
ଘେନଇ, ମାଉଁସ କ୍ଷୀର
ବିରାଡ଼ି ବୈଷ୍ଣବ, ଚତୁରତା ଭାବ
ସାମୟିକ ସୁଖେ ବୀର ll

ଆୟ ବହିର୍ଭୁତ, ସମ୍ପତି ଗଛିତ
କୋଠା, ବାଡ଼ି, ଗାଡ଼ି କିଣା
ବ୍ୟାଙ୍କରେ ଜମାଇ, ମାରେ କେହି ହାଇ,
ଆମୋଦ ପ୍ରୋମଦେ ବଣା ll

ପାପର ସମ୍ପତ୍ତି, ଆଣଇ ବିପ୍ପତ୍ତି
ଘୁର୍ଣ୍ଣି ବଳୟକୁ ଧରି,
ରୋଗ ବଇରାଗ, କୁଟୁମ୍ବ ଅବାଗ
ବିବେକ, ବୁଦ୍ଧିକୁ ହାରି ll

କିଏ ଯାଏ ଜେଲ, ଆଣୁଥାଏ ବେଲ
ପାଣି ପରି ଧନ ସାରି,
ଡାକ୍ତର ଦୁଆର, ଓକିଲଙ୍କ ଘର
ନୀତିଦିନ ଘୁରି ଘୁରି ll

ରୋଗ ବଇରାଗ, ଅବାଗିଆ ବାଗ
କୁଟୁମ୍ବ, ଅଯୋଗ୍ୟ ଖତ,
ଦେଖି ଧନ ପ୍ରେମ, ଛଳନାର ଶ୍ରମ
ନାଟକରେ କିଏ ମିତ ll

ସରାଗ ବିହୀନ, ସମ୍ପର୍କର ମାନ
ଦେଖି ଗୁଡ଼, ଜନ୍ଦା କୁଢ଼,
ହେଲେ ଗୁଡ଼ ଶେଷ, ନରଖି ବିଶ୍ୱାସ
ମାଡ଼ିବେନି ପାଖ ତଡ଼ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.