ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୭ ଡିସେମ୍ବର ୨୦୨୨
ବହି ଯାଇ ଥିବା ପାଣି
ଫେରି ନ ଆସେ ଟି ପୁଣି
ଗଡି ଯିବା ପୁର୍ବୁ ସତର୍କ ହୋଇଲେ
ପଡ଼େନା ହେବାକୁ ଗୁଣି.
ଧନୁ ଛାଡି ଦେଲେ ତୀର
ନ ଫେରେ ଆଉ ତୁଣୀର
ଆଘାତ କରୁ ବା ନ କରୁ ସେ ଶର
ବହୁ ପୁର୍ବୁ ସ୍ଥିର କର.
ଟେକାଟା ଦେଲେ ଫୋପାଡ଼ି
ଯାଏ ସେ ଆଗକୁ ମାଡି
ସେ ଟେକା ହାତକୁ ନ ଫେରେ କେବେହେଁ
ଡାକିଲେବି ବି ଅନ୍ତଫାଡି
ସେହିପରି:—–
କହି ଦେଇଥିବା କଥା
ସୁଖ ଦିଏ ଅବା ବ୍ୟଥା
ମୁହଁକୁ କେବେବି ଫେରିତ ନ ଆସେ
କାଟି ଦେଲେ ପଛେ ମଥା.
କହିବା ପୂର୍ବରୁ ଭାବ
କଥା ଦୁଃଖ କା’ରେ ଦବ
ମଧୁଝରା କଥା କହି ନଆସିଲେ
ଭଲ ରହିବା ନୀରବ.