ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ଜୁଲାଇ ୨୦୨୩
ବରଷକେ ଥରେ ଶରଧା ବାଲିରେ
ଜଗନ୍ନାଥ ବିଜେ ହୁଅନ୍ତି(ଘୋଷା)
ଛାତି ପରେ ତା’ର କେଡ଼େ ଶରଧାରେ
ପହଣ୍ଡି ବିଜୟ କରନ୍ତି
ଶରଧାବାଲିର ବାଲି ସେବେଳରେ
ନିଜକୁ କୃତାର୍ଥ ମଣନ୍ତି.
ତିନିରଥ ଧରି ଭାଇ ଭଉଣୀଙ୍କୁ
ଗଡ଼େ ଘର୍ଘର ନାଦରେ
ଧନ୍ୟ ସେହି ବାଲି ଶରଧାବାଲିର
ରଥ କୁ ସେ କୋଳେ ଧରେ
ଶରଧାବାଲି ର ଶରଧା କୁ ପ୍ରଭୁ
ଶରଧା ରେ ରକ୍ଷା କରନ୍ତି.
ବରଷକେ ଥରେ——-
ଭକ୍ତଙ୍କ ଶରଧା ଦେଖେ ସେହି ବାଲି
ଦେଖେ ଭକତଙ୍କ ନାଚ
ଶୁଣେ ପ୍ରଭୁଙ୍କର ଜୟ ଜୟକାର
ଦେଖେ ବି ତାରଣ ଧ୍ୱଜ
କେଡେ ଭାଗ୍ୟ ସେହି ଶରଧା ବାଲିର
ରଥ ଚକ ଗଡ଼ି ଯା’ନ୍ତି.
ବରଷକେ ଥରେ——-
ଶରଧାବାଲି ଟା କେତେ ଯେ ମହାନ
ଦେଖେ ଭକତଙ୍କ ଖୁସି
କେଡେ ଶରଧାରେ ଆନନ୍ଦ ମନରେ
ଖାଆନ୍ତି ଛଡ଼ା ତୁଳସୀ
ତୁଳସୀ ଟିକିଏ ପଡ଼ିଗଲେ ତଳେ
ବାଲି ତା ଛୁଆଁ ପାଆନ୍ତି
ବରଷକେ ଥରେ——-