• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବରଷକେ ଥରେ ଶରଧା ବାଲିରେ

ବରଷକେ ଥରେ ଶରଧା ବାଲିରେ
Share on FacebookShare on Xshare on Whatsappshare on Linkedin

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ଜୁଲାଇ ୨୦୨୩

ବରଷକେ ଥରେ ଶରଧା ବାଲିରେ
ଜଗନ୍ନାଥ ବିଜେ ହୁଅନ୍ତି(ଘୋଷା)
ଛାତି ପରେ ତା’ର କେଡ଼େ ଶରଧାରେ
ପହଣ୍ଡି ବିଜୟ କରନ୍ତି
ଶରଧାବାଲିର ବାଲି ସେବେଳରେ
ନିଜକୁ କୃତାର୍ଥ ମଣନ୍ତି.

ତିନିରଥ ଧରି ଭାଇ ଭଉଣୀଙ୍କୁ
ଗଡ଼େ ଘର୍ଘର ନାଦରେ
ଧନ୍ୟ ସେହି ବାଲି ଶରଧାବାଲିର
ରଥ କୁ ସେ କୋଳେ ଧରେ
ଶରଧାବାଲି ର ଶରଧା କୁ ପ୍ରଭୁ
ଶରଧା ରେ ରକ୍ଷା କରନ୍ତି.
ବରଷକେ ଥରେ——-

ଭକ୍ତଙ୍କ ଶରଧା ଦେଖେ ସେହି ବାଲି
ଦେଖେ ଭକତଙ୍କ ନାଚ
ଶୁଣେ ପ୍ରଭୁଙ୍କର ଜୟ ଜୟକାର
ଦେଖେ ବି ତାରଣ ଧ୍ୱଜ
କେଡେ ଭାଗ୍ୟ ସେହି ଶରଧା ବାଲିର
ରଥ ଚକ ଗଡ଼ି ଯା’ନ୍ତି.
ବରଷକେ ଥରେ——-

ଶରଧାବାଲି ଟା କେତେ ଯେ ମହାନ
ଦେଖେ ଭକତଙ୍କ ଖୁସି
କେଡେ ଶରଧାରେ ଆନନ୍ଦ ମନରେ
ଖାଆନ୍ତି ଛଡ଼ା ତୁଳସୀ
ତୁଳସୀ ଟିକିଏ ପଡ଼ିଗଲେ ତଳେ
ବାଲି ତା ଛୁଆଁ ପାଆନ୍ତି
ବରଷକେ ଥରେ——-

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.