ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଅପ୍ରେଲ ୨୦୨୩
ବେଳେ ବେଳେ ପ୍ରଭୁ ଇଚ୍ଛା ହୁଏ ମୋର
ପଚାରି ଦେବାକୁ ପ୍ରଶ୍ନ ଟିଏ
କାହିଁକି ଆଣିଛ ଏହି ଦୁନିଆକୁ
ଜୀବନ କାହିଁକି ଯନ୍ତ୍ରଣା ଦିଏ.
ମୁଁ ଦେଖିଛି ମୋର ପିତା ମାତା ହସ
ଶୁଣି ଦେଇ ମୋର ଦରୋଟି କଥା
ମୋ ମୁହଁରେ ଦେଖି ନିଷ୍ପାପ ହସକୁ
ଭୁଲନ୍ତି ସେମାନେ ସକଳ ବ୍ୟଥା.
କାହିଁକି ମୁଁ କ୍ରମେ ହୋଇ ସଂକୁଚିତ
ନ ହସି ହୃଦୟେ ଚପାଇ ଦିଏ
ବେଳେ ବେଳେ ପ୍ରଭୁ—–
ବାଟ ଚାଲୁ ଚାଲୁ ଜୀବନ ପଥରେ
ଝୁଣ୍ଟି ପଡ଼ିଲେ ମୁଁ କାଳ ବେଳେ
ନିଜର ଦୋଷ ମୁଁ ଭୁଲି ଯାଇଥାଏ
ଦୋଷ ଦିଏ ମୁହିଁ ଭାଗ୍ୟ କୁ ହେଳେ
କାହିଁକି ଏପରି କରେ ମୁହିଁ ପ୍ରଭୁ
ଆନ ଦୋଷ ଦର୍ଶୀ ହୋଇ ମୁଁ ଯାଏ
ବେଳେ ବେଳେ ପ୍ରଭୁ—–
ଜାଣି ମୁଁ ନ ଥିଲି କିଏ ଶତ୍ରୁ ମିତ୍ର
ସଭିଙ୍କୁ ନିଜର ଭାବୁଥିଲି
ହସି ହସି ମୁହିଁ ସଭିଙ୍କ କୋଳକୁ
ନିର୍ବିକାରେ ଡେଇଁ ପଡୁଥିଲି
ଆଜି ତ ସେପରି କରୁନାହିଁ
କ୍ରମେ ମୁଁ ହିସାବୀ ହୋଇ ଯାଏ
ବେଳେ ବେଳେ ପ୍ରଭୁ—–