• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭଜି ଭଜି ତୋ ନାମ ଚକାନୟନ

ଭଜି ଭଜି ତୋ ନାମ ଚକାନୟନ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୯ ସେପ୍ଟେମ୍ବର ୨୦୨୩

ଭଜି ଭଜି ତୋ ନାମ ଚକାନୟନ
ଦେଖି ଦେଖି ତୋ ରୂପ କଳା ବଦନ
ବିତି ଯାଉ ମୋ ଦିନ
ବଞ୍ଚିତ ନ ହୁଏ ଆହେ କାଳିଆ ଧନ.

ଗୁନ୍ଥି ଗୁନ୍ଥି ତୋ ପାଇଁ ଫୁଲର ମାଳ
ବାଛି ବାଛି ତୋ ପାଇଁ ରାଧା ତମାଳ
ସରି ଯାଉ ମୋ କାଳ
ଅନ୍ଧ ନ ହୋଇ ପାଇ ଯାଏ ମୁଁ କୂଳ.

ଜାଳି ଜାଳି ତୋ ଆଗେ କର୍ପୁର ଦୀପ
ନାଚି ନାଚି ତୋ ଆଗେ ଦେଖି ତୋ ଧୂପ
ବିତି ଯାଉ କଳପ
ଦଂଶନ ନ କରୁ ନାଥ ମାୟାର ସର୍ପ.

ଗାଇ ଗାଇ ତୋହର ଜୟ ଠାକୁର
ଖାଇ ଖାଇ ତୋହର ଅନ୍ନ ବେସର
କାଳ ଆସୁ ମୋହର
ଚକ୍ଷୁ ରେ ମୋ ନାଚୁଥାଉ ପଦ୍ମ ପୟର.

ଟାଣି ଟାଣି ତୋହର ରଥ ହେ ନାଥ
ଦେଖି ଦେଖି ତୋହର ଦେଉଳ ନେତ
ପ୍ରାଣ ଯାଉ ସାଆଁନ୍ତ
ଗଲା ବେଳେ ଜୀବ ଯୋଡ଼ି ଥାଏ ମୁଁ ହାତ

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.