• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭକତେ ମୁଁ ଗଣା ନ ହେଲେ ନାହିଁ

ତୁମେ ହେ ଜଗନ୍ନାଥେ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୮ ନଭେମ୍ବର ୨୦୨୨

ଭକତେ ମୁଁ ଗଣା ନ ହେଲେ ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ସେବକ ରେ ଗଣା ନ ହେଲେ ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ନର କରି ଯେଣୁ ଜନମ ଦେଇଛ
ଡାକିବି ତୁମକୁ କଣ୍ଠ ଫଟାଇ
ପୂଜିବି ତୁମକୁ ହୃଦେ ବସାଇ.

ଦାସିଆ ଭଳିଆ ନ ହେଲି ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ବନ୍ଧୁଆ ଭଳିଆ ନ ହେଲି ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ଶ୍ରେଷ୍ଠ ଜୀବ କରି ଧରା କୁ ଆଣିଛ
ନାମ ମୁଁ ଗାଇବି ପାଗଳ ହୋଇ
ଉଦ୍ଦଣ୍ଡେ ନାଚିବି ହାତ ଉଠାଇ.

ବଳରାମ ଦାସ ନ ହେଲି ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ଭକ୍ତ କବି ମୁହିଁ ନ ହେଲି ନାହଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ବହୁ ଜନ୍ମ ପରେ ମଣିଷ ହୋଇଛି
ଧର୍ମ କରିବି ମୁଁ ହୃଦୟ ଦେଇ
କରିବି ମୁଁ କର୍ମ କୁଣ୍ଠିତ ନୋହି.

ସାଲବେଗ ମୁହିଁ ନ ହେଲେ ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ଜୟଦେବ କବି ନ ହେଲେ ନାହିଁ
ଦୁଃଖ ନାହିଁ ମୋର ଦୁଃଖ ନାହିଁ
ବିବେକ ମୋ ଠାରେ ଯେଣୁ ଦେଇଅଛ
ଚିହ୍ନି ବାରେ ତୋତେ ତ୍ରୁଟି ମୋ ନାହିଁ
ତୁହି ଜଗନ୍ନାଥ ଜାଣିଛି ମୁହିଁ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମୁସାଫେର
Literature

ମୁସାଫେର

by ପ୍ରଭୁକଲ୍ୟାଣ ମହାପାତ୍ର
July 8, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫ ଆମକୁ ଯିବାକୁ ହେବ ତ ଦିନେ ଅଫେରା ରାଜ୍ୟକୁ ଆଗ ପଛ ହୋଇ, ତଥାପି ମଣିଷ ବିକଳ କିଆଁ...

Read more
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୩)

ଶେଷ ବସନ୍ତର ଚିଠି (ଭାଗ ୩୩)

July 7, 2025
ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

July 5, 2025
ଅନୁରାଧା

ଅନୁରାଧା

July 2, 2025
ସାଗର

ସାଗର

July 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.