ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୫ ଜୁନ୍ ୨୦୨୪
ବିଗତ ଦିନର ଶାସକ
ଏବେ ଭିନ୍ନ ମୁଦ୍ରାରେ ଉପନୀତ,
ପ୍ରଥମ ଥର ପାଇଁ
ସିଏ ଧରିଛି ବିରୋଧୀ ନେତ ।। ୧ ।।
ଗଣତନ୍ତ୍ର ଶାସନରେ
ବିରୋଧୀର ରହିଚି ଗୁରୁଦାୟିତ୍ଵ,
ସେଥିରେ ନିକମ୍ମା ହେଲେ
ନିଶ୍ଚିତ ଉଜୁଡ଼ି ଯିବ ଅସ୍ତିତ୍ୱ ।। ୨ ।।
ଲୋକେ ଚାହିଁ ବସିଛନ୍ତି
ଦେଖିବାକୁ ପ୍ରଭାବୀ ବିରୋଧୀ ଦୃଶ୍ୟ,
ଭାବିଛନ୍ତି ବିଧାନସଭାରେ
ତା’ର ମିଳିବ ଝଲକ ଅବଶ୍ୟ ।। ୩ ।।
ନୂଆ ବିରୋଧୀର ସ୍ୱାଦ
ଆସ୍ଵାଦନ କରିବା ପାଇଁ,
ରାଜ୍ୟବାସୀ ଅନାଇଁଛନ୍ତି
ଅପଲକ ନୟନ ଫେଇ ।। ୪ ।।
ଏଥର ବିଧାନସଭା ଦେଖିବ
କୌତୁକିଆ ଦୃଶ୍ୟ ଅଭିନବ,
ଚବିଶ ବର୍ଷର ଶାସକ
ଯେଣୁ ବିରୋଧୀ ଆସନେ ବିରାଜିବ ।। ୫ ।।
ସଂଖ୍ୟା ଦୃଷ୍ଟିରୁ ବିରୋଧୀ
ଏଥର ଅବଶ୍ୟ ରହିଛି ଯଥେଷ୍ଟ,
ତେବେ ସଂଖ୍ୟା ନୁହେଁ କାମ କରି
ଲୋକଙ୍କୁ କରିବାକୁ ପଡ଼ିବ ସନ୍ତୁଷ୍ଟ ।। ୬ ।।
ରାଜ୍ୟବାସୀ ପରଖିଛନ୍ତି
କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଭିନୟ,
(ଏଥର) ନବୀନଙ୍କୁ ଦେବାକୁ ପଡ଼ିବ
ବଳିଷ୍ଠ ବିରୋଧୀ ଦଳ ନେତାର ପରିଚୟ ।। ୭ ।।