• About
  • Contact
Wednesday, April 29, 2026
Wednesday, April 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୋକିଲା ପେଟର ଦୁଃଖ

ଭୋକିଲା ପେଟର ଦୁଃଖ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୪ ଜାନୁୟାରୀ ୨୦୨୬

ଭୋକିଲା ପେଟର ଦୁଃଖ ପରା ଘୋର,
ପଲ୍ଲୀ ପଙ୍କାଳରେ ରହିଛି,
ଯୋଜନା ଆସୁଛି, ଯୋଜନା ଯାଉଛି
ମାଲାମାଲ କିଏ ହେଉଛି ll
ମହାପାତ୍ର ବାବୁ, ଚଳୁ କରି ଖାଏ
ଗରାଖ ଜଳକା ଏଇଠି,
ଫିଟାଇଲେପାଟି, ସମ୍ପର୍କଟି ତୁଟି
ଧମକ ଚମକ ଭୟଟି ll
ଭୋକିଲା ପେଟଟି, କରେ ହଟହଟା
ରଖେଇ, ଥୁଆଇ ଦେଉନି,
ଦାନା, କନା ପାଇଁ, ହେଉଥାଏ ବାଇ
ହେଉଥାଏ ହୀନିମାନୀ ll
ବହୁ ହତାଦର, ଅସମ୍ମାନ ଘୋର
ସନ୍ଦେହ ନଜର ତା’ପାଶେ
ଯାହା କଲେ ଅଵା, ସବୁତ ଅଶୋଭା
ମନ୍ଦ ବୁଦ୍ଧିଆ ହସି ଭାଷେ ll
ପର ଦୁଆରରେ, ହାତ ପାତି, ପାତି
କାଳ, ବେଳ ସରି ଯାଉଛି
କରଇ ନେହୁରା, ଲୁହ କୋହ ଭରା
କାକୁତି, ମିନତି ହେଉଛି ll
କେତେ ଛିଚିକୁଟା, ପରିହାସ ଥଟ୍ଟା
ସଦା ଦେହସୁହା ହୋଇଲା,
ରାଗ ପଉରଷ, ହୋଇଲା ସନ୍ୟାସ
ପରିସ୍ଥିତି ବାଧ୍ୟ କରିଲା ll
ରେସନ, ଆବାସ, ପେନସନ ପାଇଁ
ବଳେ ହାତ ଗୁଞ୍ଜା ଥୋଇଲା,
ଢ଼ାଳି ଲହୁ ଲୁହ, ଶ୍ରମର ଆଦାୟ,
କେତେ ଅକାରଣେ ସରିଲା ll
ଦେହ, ମନ କଷ୍ଟ, କରେ ଛଟପଟ
ଆମଡା ବାଟକୁ ନେଉଛି,
ମାଲ ପାଣି ମନ୍ଦେ, ପିଉଛି ଆନନ୍ଦେ
ନିଘୋଡ ନିଦରେ ଶୋଉଚି ll
ପୁଣି ନିତି ଦିନ, ଦେଖୁଚି ସପନ
ରଖିଛି ମନେରେ ଭରସା
ଭାଗ୍ୟଟି ତାହାର, ଦେବ ନିଶ୍ଚେ ବର
ଘୁଞ୍ଚିବ ତାହାର ଦୁର୍ଦଶା ll
ମଳିଆ, ମୁଣ୍ଡିଆ, ବାସଟି କୁଡ଼ିଆ
ଛପର ଛାଉଣୀ ଘରଟି,
ପଖାଳ, ପିଆଜ, ଲଙ୍କା ମରିଚରେ
ପୁରାଏ ତାହାର ପେଟଟି ll
ହେଲେ ଭୋଜି ଭାତ, ଆନନ୍ଦ ବହୁତ
ରୁଚିକର ଖାଦ୍ୟ ଖାଇବ,
ମନ ଭରି ଖାଇ, ଦାନ୍ତକୁ ଦେଖାଇ
କିଛି ବା ଘରକୁ ବୋହିବ ll
ମାଟିର ମଣିଷ, ମାଟିରେ ଖଟୁଚି
ବୋଳି ହୋଇ ମାଟି, ଧୂଳି,
ଖରା ବର୍ଷା, ଶୀତ, ନାହିଁ ତା’ର ଭୀତ
ନୁଆଁ ଭାବନାକୁ କଳି ll
ମାଟି ଚଟାଣରେ, ରାତି ପରା ସରେ
ସପ, ଗନ୍ଥl, ଖଣ୍ଡେ ପାରି,
କ୍ଲାନ୍ତ ଶରୀରଟି, ଶୋଇ ପଡ଼େ ସେଠି
ଅନ୍ଧାର ହୋଇଲେ ସରି ll
ସାତ ସିଆଁ ଲୁଗା, ଘୋଡାଉଛି ଲାଜ
ମଇଳା, ଅସନା ଜବର,
ଖଟି ଖଟି ମେଦ, ଝଡ଼ି ଯାଇଅଛି
ଦିଶୁଚି କଙ୍କାଳ ଶରୀର ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.