• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଚିତ୍ର ବିଚାର

ବିଚିତ୍ର ବିଚାର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧ ଅପ୍ରେଲ ୨୦୨୫

ତୁମେ ପରା ଅଟ ନାଥ ଏଇ ଜଗତର,
କିଭଳି ତୁମର ଏହି ବିଚିତ୍ର ବିଚାର ।।୧।।

ଧନୀ ମୁହେଁ ରହେ ନାହିଁ ହସର ଲହର,
ନିଃସ୍ୱର ଖୁସି ଉକୁଟେ ଫଟାଇ ଅନ୍ତର ।।୨।।

କାହା ପାଶେ ଭରପୁର ଖାଦ୍ୟର ଭଣ୍ଡାର,
ଆରକ ସଂଘର୍ଷ କରେ ରହି ଅନାହାର ।।୩।।

ପଲଙ୍କରେ ବିତ୍ତଶାଳୀ ରାତି ଉଜାଗର,
ନିଧନ ଅୟସ କରେ ନିଦରେ ଗଭୀର ।।୪।।

କାହାର ଜୀବନ ଆନନ୍ଦରେ ଭରପୁର,
ବିଷାଦରେ କିଏ ପୁଣି ହୁଏ ଛାରଖାର ।।୫।।

ଅନାୟାସେ କାହା ଇଛା ହୁଅଇ ସାକାର,
ବ୍ୟର୍ଥ ହୁଏ ଆନ ଚେଷ୍ଟା କରି ବାରମ୍ବାର ।।୬।।

ଚୌକିରେ ବସିବା ପାଇଁ ଲୋକେ ହରବର,
ଅଯାତିତେ କିଏ ଲଭେ ରାଜ ଦରବାର ।।୭।।

ନିଃସ୍ୱକୁ ଦେଉଛ ଟେକି ରତ୍ନର ଭଣ୍ଡାର,
ରାଜାକୁ କରି ଦେଉଛ ଦାଣ୍ଡର ଫକିର ।।୮।।

ଦିଗହରା ନଉକାର ତୁମେ ବତୀଘର,
ଅମା ଅନ୍ଧକାରେ ସାଜ ଶିଖା ଆଲୋକର ।।୯।।

ତୁମକୁ ଦେଖିଲେ ସୃଷ୍ଟି ହୁଏ ଭାବାନ୍ତର,
ଅବୁଝା ତୁମ ରହସ୍ୟ ଜନ୍ମ ଜନ୍ମାନ୍ତର ।।୧୦।।

ଜଗତର ନାଥ ଆହେ କାଳିଆ ଠାକୁର,
ତୁମେ ମୋର ହୃଦୟର ଅଲିଭା ସ୍ୱାକ୍ଷର ।।୧୧।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.