• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଚିତ୍ର ମଣିଷ

ବିଚିତ୍ର ମଣିଷ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୪ ମଇ ୨୦୨୩

ବାପା ମାଆ ଆଜି, ବଇରୀ ହେଲେଣି
ଜରାଶ୍ରମ ତାଙ୍କ ଗତି,
ବାସ, ଗ୍ରାସ ପାଇଁ, ହନ୍ତସନ୍ତ ହୋଇ
ହୀନ ହିନସ୍ଥାର ସ୍ଥିତି ll
କୁକୁର ପୋଷିବା, ସଉକ ହେଲାଣି
ମାଛ, ମାଂସ, ରୁଟି, କ୍ଷୀର,
ତାହାର ଆଦର, ଯତନ ବେଭାର
ଖରଚକୁ ନାହିଁ ଡର ll
ଭଉଣୀ ବିବାହ, ଘରବର ସହ
ଭବିଷ୍ୟତ କଥା ଏଡ଼ି,
ଶାଳୀର ପ୍ରେମରେ, ଘରଣୀ ଭୟରେ
ବ୍ୟବସ୍ଥା ପଥରେ ମାଡ଼ି ll
ଭାଇର ଅଭାବେ, ସହଯୋଗ କେବେ
ମିଳିବା ଦୁଃସହ କଥା,
ଶଳାପାଇଁ ଚିନ୍ତା, ଘୁରେ ଜ୍ୱାଇଁମଥା
କହି ଆଦର୍ଶର ବାର୍ତ୍ତା ll
ରୋଗୀକୁ ଔଷଧ, ପାଠ ପାଇଁ ନିଧି
ଖୋଜା ଲୋଡ଼ା ହୁଏ ନାହିଁ,
ଜୁଆ ମଦ ପାଇଁ, ଯୋଗାଡ଼ ହୁଅଇ
ମରଦ ପଣିଆ ସେହି ll
ବହି ପଢ଼ା ଛାଡ଼ି, ମୋବାଇଲ ଭିଡ଼ି
ସମୟର ଅପଚୟ,
ଖାଲି ଗୁଲି ଗପ, ବୃଥାରେ ବହପ
ବୁଲାବୁଲି ପ୍ରତି ଲୟ ll
ଫେସନ ଦିଶୁଛି, ଭଳି, ଭଳି କିଛି
ବିଚିତ୍ର ବେଭାର ସବୁ,
ମଥାଠାରୁ ଚିତା, ବଳିପଡ଼େ କଥା
ନବ ଆଧୁନିକ ବାବୁ ll
ଅଳସୁଆଙ୍କର, ବାରବାଟି ଚାଷ
ରାତି ଗୋଟାକରେ ହାତୀ,
ବୃଥା ପ୍ରେଷ୍ଟିଜ୍ ଟି, ଭିଡ଼ି ଧରେ ଏଠି
ମନରେ ସଂକୀର୍ଣ୍ଣ ନିତି ll
କଥା ବଡ଼ ବଡ଼, ମୁହଁ ଟାଣ ତୋଡ଼
ସିଝେ ନାହିଁ ହାତେ ଖଡ଼ା
ଅଭାବର ଦାଉ, ଅସହ୍ୟ ହୋଇଲେ
ପିଲା, ସ୍ତ୍ରୀ ପିଠି ଫଡ଼ା ll
ଋଣ ନେଇ ନେଇ, ସୁଝା ହୁଏନାହିଁ
ଓଲଟାରେ ଟାଣପଣ,
ଧମକ ଚମକ, ଆଖିଟି ଆରକ୍ତ
ଅଭାଷା, କୁଭାଷା ପୁଣ ll
ଯୋଜନା କଳ୍ପନା, ସୀମାରେ ରୁହେନା
ଶୁଣିବାକୁ ଲାଗେ କାବା,
ନିର୍ଲଜ ଓଠଟି, କରେ ହୁରି ପାଟି
ଘେନିବାକୁ ବାହା ବାହା ll
ବିଚିତ୍ର ମଣିଷ, ବିଚିତ୍ର ମାନସ
ବିଚିତ୍ର ତା କାରବାର,
ନାହିଁ ଲଘା ପଘା, ଚେତନାର ଜାଗା
ବିବେକ ଶୂନ୍ୟତା ଘର ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.