• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଧାନସଭାରେ “ଲୋକ ବଜେଟ”

ବିଧାନସଭାରେ “ଲୋକ ବଜେଟ”
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଜୁଲାଇ ୨୦୨୪

ବିଧାନସଭାକୁ ମୋହନ ସର୍କାର
ଏଥର ନୂଆ କରି ସାମ୍ନା କରିବ,
ସଂକଳ୍ପପତ୍ରର ପ୍ରସଙ୍ଗ ଗୁଡ଼ିକୁ
ଗୃହରେ ଯୋଜନାର ରୂପ ଦେବ ।। ୧ ।।

ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ
ଦଳ ବହୁ ପ୍ରତିଶୃତି ଦେଇଥିଲା,
ତାହାର ଯଥାର୍ଥ ରୂପାୟନ ଲାଗି
ଏବେ ସଠିକ୍ ସମୟ ଆସିଗଲା ।। ୨ ।।

ମୁଖ୍ୟ ପ୍ରତିଶୃତି କାର୍ଯ୍ୟକାରୀ ପାଇଁ
କେମିତି ଯୋଜନା ହେଉଚି,
ତାହା ଦେଖିବାକୁ ଭୋଟର ମହଲ
ଅଧିବେଶନକୁ ଚାହିଁ ରହିଛି ।। ୩ ।।

ଲୋକଙ୍କ ସର୍କାର ଗଢିବା ଲକ୍ଷ୍ୟରେ
ଗୃହରେ “ଲୋକ-ବଜେଟ” ଆସିବ,
ଭୋଟରଙ୍କ ପ୍ରତି ଧ୍ୟାନ ଦିଆଯାଇ
ସବୁ ପ୍ରତିଶୃତି ପାଳନ କରାଯିବ ।। ୪ ।।

ଲୋକ ଚାହିଁଛନ୍ତି ଭତ୍ତା ତିନି ହଜାର
ବର୍ଦ୍ଧିତ ଏମ୍.ଏସ୍.ପି କେବେ ମିଳିବ,
ବହୁ ପ୍ରତୀକ୍ଷିତ “ସୁଭଦ୍ରା” ଯୋଜନା
କିଭଳି ମହିଳାଙ୍କ ମନ ମୋହିବ ।। ୫ ।।

ବିରୋଧୀ ଦଳରେ ବସିବ ଏଥର
ପ୍ରଥମେ ବିଜୁ ଜନତା ଦଳ,
ଅଙ୍କ ଭୁଲ କରି ଗାଦିଚ୍ୟୁତ ହୋଇ
ତାହା ହରାଇଛି ଆତ୍ମବଳ ।। ୬ ।।

କ୍ଷମତାରେ ରହି ମଦମତ୍ତ ହୋଇ
ବିଜେଡ଼ି ମୌଳିକ କର୍ତ୍ତବ୍ୟ ଭୁଲିଲା,
ସେଥିପାଇଁ ପରା ନିର୍ବାଚନରେ
ଏଭଳି ଦୁର୍ଦ୍ଦଶାକୁ ସାମ୍ନା କଲା ।। ୭ ।।

ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ହେଲାନି
କାଗଜେ ସାମ୍ବାଦିକ ପେନସନ ରହିଲା,
ନବୀନ, “ଯାହା କହନ୍ତି – ତାହା କରନ୍ତି”
ଉକ୍ତିକୁ ସର୍କାର ପୁରା ଭୁଲିଗଲା ।। ୮ ।।

ଯୁବବର୍ଗ ପାଇଁ ରୋଜଗାର ନୋହିଲା
ଚାଷୀ ମନରେ ଭରିଲା ନିରାଶା,
ନିର୍ବାଚନ କାଳେ ପେନସନ ଘୋଷଣାକୁ
ମହିଳା କରି ପାରିଲେନି ଭରଷା ।। ୯ ।।

କୃଷି, ସେଚ ଓ ଷ୍ଟିଲବଣ୍ଡ ଦୁର୍ନୀତିର
ସି.ବି.ଆଇ. ତଦନ୍ତ ଘୋଷଣା,
ଚବିଶ ବର୍ଷର ଶାସନ କାଳରେ
ବିଗତ ସର୍କାରକୁ କଲା ବାଟବଣା ।। ୧୦।।

ଲକ୍ଷେ କୋଟି ଟଙ୍କା ଖଣି ଦୁର୍ନୀତିର
ତଦନ୍ତକୁ ବିଜେଡ଼ି ଗଲା ପାଶୋରି,
ମୋହନ ସର୍କାର ଦମ୍ଭୋକ୍ତି କରିଛି
ଖଣି ଚୋରଙ୍କୁ ଦେବ ଜେଲରେ ଭରି ।। ୧୧।।

ଲୋକ ଚାହିଁଛନ୍ତି ବିଧାନସଭାରେ
ଦେଖିବାକୁ ଏସବୁ ଝଲକ,
ଲୋକଙ୍କ ସର୍କାର, ଲୋକ ମୁଖ୍ୟମନ୍ତ୍ରୀ
କରିବେନି ତ ଆଉ ନାଟକ ? ।। ୧ ୨ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ବର୍ଷା ଭିଜା ରାତି
Literature

ବର୍ଷା ଭିଜା ରାତି

by ପ୍ରଭୁକଲ୍ୟାଣ ମହାପାତ୍ର
August 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬ ବର୍ଷା ଭିଜା ଅନ୍ଧାର ରାତିରେ ମନେ ମୋର ରୋମାଞ୍ଚ ଜାଗେରେ ତୁମେ ସଖୀ ନଥିଲେ ପାଖରେ ଚିତ୍ତ ଭରେ...

Read more
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.