ସସ୍ମିତା ପଣ୍ଡା, କଟକ, ୨୫ ଜାନୁଆରୀ ୨୦୨୩
ହଜିବାର ହଜାରେ ବିନ୍ଦୁରେ
ମୁଁ ହଜେ ତୁମ ଭାବନା ପାଖରେ
ବୁଝିବାର ମୋହ
ଚଞ୍ଚଳ ମୁଁ ଅହରହ
ଭାବମୟ କେବଳ ତୁମ ଗମ୍ଭୀରତା ପାଖରେ ।।
ଦୁର୍ଭେଦ୍ୟ ସେ ସୀମାରେଖାକୁ ଭେଦୀବାରେ
ଆକାଶରୁ ପାତାଳ ଯାଏ
ସମୟର ବିସ୍ତୀର୍ଣ୍ଣ ଢେଉରେ
ରଚେ ନିତି ଶବ୍ଦ ଅଭିସାର
ଏହି ମଗ୍ନ ମାଟିରେ ।
ଅନୁଭବୀ ମୁଗ୍ଧ କୋଳାହଳ ପ୍ରତିଟି ସର୍ଗରେ
ନିର୍ଝର ଆଶ୍ଳେଷ ନିକଟେ
ପୂର୍ଣ୍ଣଗର୍ଭା ସ୍ରୋତ ଛୁଟେ
ନିଃଶେଷରେ ବିଲୀନ ନିଶ୍ଚେ ତୁମ
ବିଶାଳ ସିନ୍ଧୁରେ ।।