ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ଜୁନ୍ ୨୦୨୩
ଏହି ଆମ ଧରା ଉପଯୁକ୍ତ ପରା
ସୃଷ୍ଟି ଏଠି ଜୀବନର
ଅନାଦି କାଳରୁ ଜୀବନ ବଞ୍ଚିଛି
ସୃଷ୍ଟି ଲାଗଇ ସୁନ୍ଦର.
ବୃକ୍ଷ ଲତା ରହି ଏହି ପୃଥିବୀରେ
ଯୋଗାଇଛନ୍ତି ଆହାର
ଜଳ ବାୟୁ ମାଟି ଉଦ୍ଭିଦ ପାଇଁକି
କରନ୍ତି ପ୍ରାଣ ସଞ୍ଚାର.
ପକ୍ଷୀର କାକଳି ଜଳର ପ୍ଲାବନ
ବାୟୁର ମନ୍ଦ୍ର ପ୍ରବାହ
କରିଛି ଧରାକୁ କେଡେ ମଧୁମୟ
ସୁସ୍ଥରେ ରହିଛି ଦେହ.
ଏ ମଣିଷ ଜାତି ରହିଛି ଧରାରେ
ବଞ୍ଚିବାର ପରିବେଶେ
କରେ ଏ ମଣିଷ କର୍ମ ବହୁ ମତେ
ଧରା ଟା ସୁନ୍ଦର ଦିଶେ.
************************
ମଣିଷ ନିଜର ଆରାମ ପାଇଁକି
କରୁଛି ଏପରି କାମ
ପରିବେଶ ଆଜି ବିପର୍ଯ୍ୟସ୍ତ ଲାଗେ
ପାଳୁନି ସେ ତା’ର ଧର୍ମ.
ପରିଣାମ କଥା ବିଚାର ନ କରି
ବସାଉଛି କାରଖାନା
ସେ କାରଖାନାର ନିର୍ଗତ ପଦାର୍ଥ
ପରିବେଶ କରେ ଚୁନା.
ପରିବେଶ ଯେଣୁ ହୁଏ ପ୍ରଦୂଷିତ
ପ୍ରକୃତି ର ହୁଏ କୋପ
ପ୍ରାକୃତିକ ଦୁର୍ବିପାକ ଆସେ ମାଡି
ରୋଗ କରଇ ପ୍ରକୋପ.
************************
ଆଜିର ଆହ୍ୱାନ ମାନିବା ସଭିଏଁ
ପରିବେଶ ରଖି ସୁସ୍ଥ
ଯିବ ଜଗତ କୁ ରଖିବା ଭଲରେ
ହୋଇବ ଧରାର ହିତ.
************************
ଚଳିତ ବର୍ଷ ର ରହିଛି ଡାକରା
ପ୍ଲାଷ୍ଟିକ କରି ବର୍ଜ୍ଜନ
ପରିବେଶ କରି ସୁନ୍ଦର ସବୁଜ
କରିବା ସୁଅବସ୍ଥାନ.