ଜୟଶ୍ରୀ ଦାସ, ବାଲେଶ୍ଵର, ୧୧ ଅପ୍ରେଲ ୨୦୨୩
ପରୋକ୍ଷରେ ତୁମେ ଚେତାଇ ଦିଅ
ଜାଗ୍ରତ ହୁଅନ୍ତି ଜନ
‘ଜନେ ହସିବେ’ ପଢ଼ି ‘ସମାଜ’ରେ
ବିମୋହିତ ହୁଏ ମନ
ବ୍ୟଙ୍ଗପୁରୁଷ ଜ୍ଞାନ ରଥ ତୁମେ
ବାଙ୍କ ଚାହାଁଣିରେ ଦେଖ
ଥରଥର ହୁଏ ଚାହାଁଣିରେ
ଶୁଖେ ଦୁଷ୍ଟଜନ ମୁଖ
ବ୍ୟଙ୍ଗରଥର ସାରଥି ତୁମେ
ଜିଇଁଥିବ ଯେତେଦିନ
ଅଲିଭା ରହିବ ତମ ସୃଷ୍ଟି ଜାଣ
ଭଜୁଥିବେ ସୁଧୀଜନ
“ସତ୍ୟବାଦୀ”ର ବ୍ୟଙ୍ଗ ବିଚାର
ଦିଏ ତୁମ ପରିଚୟ
ବ୍ୟଙ୍ଗରେ ହସାଅ ସାରା ଜଗତକୁ
ନ କରି କାହାକୁ ଭୟ?