ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ଜାନୁଆରୀ ୨୦୨୫
ଚାଷୀ ଆତ୍ମହତ୍ୟା କରୁଛି
ରେଡ଼ିଓରେ ତାହା ବାଜୁଛି
ଟିଭିରେ ସେସବୁ ଦିଶୁଛି
ଖବରକାଗଜ ଛାପୁଛି
ବିରୋଧୀ ଗର୍ଜନ କରୁଛି
ସରକାର ଏଡ଼ାଇ ଚାଲିଛି ||୧||
ସର୍କାର ଡିଣ୍ଡିମ ପିଟୁଛି
ଚାଷୀ ସବସିଡି ପାଉଛି
ମଣ୍ଡିରେ ତା’ ଧାନ ବିକୁଛି
ଆୟ ତା’ର ବଢି ଯାଇଛି
ଚଳଣି ସହଜ ହୋଇଛି
ସମ୍ମାନରେ ସିଏ ବଞ୍ଚୁଛି ||୨||
ଫସଲ ଉଜୁଡ଼ି ଯାଉଛି
ଚାଷୀ ପୁଅ କାନ୍ଦି ଗଡ଼ୁଛି
ଧାର, କରଜରେ ବୁଡିଛି
ଶୁଝିବ କେମିତି ଭାବୁଛି
ଖିଆ, ପିଆ ଛାଡ଼ି ଦେଇଛି
ବିଲ ପାଖେ ଟଳି ପଡୁଛି ||୩||
ଚାଷୀ ଅନ୍ନଦାତା ସାଜିଛି
ସଭିଙ୍କୁ ଆହାର ଦେଉଛି
ନିଜେ ଅନାହାରେ ରହୁଛି
ମନସ୍ତାପେ ପ୍ରାଣ ହାରୁଛି
ନେତାଙ୍କର ସୁଅ ଛୁଟୁଛି
ଶୁଖିଲା ସାନ୍ତ୍ୱନା ମିଳୁଛି ||୪||
ମୃତ ଚାଷୀ ଆଜି କହୁଛି
ବ୍ୟବସ୍ଥା ବିଗିଡ଼ି ଯାଇଛି
ଶାସକ ସାହସ ହାରିଛି
ସତ୍ୟକୁ ଲୁଚାଇ ରଖୁଛି
ବିରୋଧୀ ନିସ୍ତେଜ ରହୁଛି
ଆତ୍ମହତ୍ୟା ଛାପ ଲିଭୁଛି ||୫||