ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୭ ଜୁନ୍ ୨୦୨୩
ଦେଖଗୋ ଆମ ବଡ଼ ଦେଉଳ,
ଦେଖଗୋ
ସେ ଦେଉଳ ଛାଇ ପଡ଼େ ନାହିଁ ତଳେ
ସେ ଛାଇ ରହେନା କା ପାଦ ତଳ ।
ଦେଖଗୋ ସେହି ଦେଉଳ ବାନା,
ଦେଖଗୋ
ପବନ ଗତିର ପ୍ରତିକୂଳେ ଉଡ଼ି
ନାଶ କରୁଅଛି ଭବ ଯାତନା ।
ଦେଖଗୋ ତା’ର ବେଢା ପ୍ରାଚୀର,
ଦେଖଗୋ
ସାଗର ଗର୍ଜ୍ଜନ ଯେତେ ହେଉଥାଉ
ଭେଦି ପାରେ ନାହିଁ ସେହି ପ୍ରାଚୀର ।
ଦେଖଗୋ ରୋଷଶାଳା ଜଗାର,
ଦେଖଗୋ
ହାଣ୍ଡି ପରେ ହାଣ୍ଡି ଥୋଇ ପାକହୁଏ
ଏପରି ବ୍ୟବସ୍ଥା ଚମତକାର ।
ଦେଖଗୋ ବେଢା ତଳ ଉପର,
ଦେଖଗୋ
ଖୁଣ୍ଟି ଖାଇବାକୁ କୈବଲ୍ୟ କଣିକା
ବିହଙ୍ଗ ଗୋଟିଏ ନାହିଁ ସେଠାର ।
ଦେଖଗୋ ଜଗା ଚକା ଆଖିକୁ,
ଦେଖଗୋ
ଅହର୍ନିଶ ଆଖି ଖୋଲି ଚାହିଁ ଅଛି
ଆପଲକେ ଦେଖେ ସାରା ବିଶ୍ୱକୁ ।