• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଧର୍ମ ଓ ଅଧର୍ମ

ଧର୍ମ ଓ ଅଧର୍ମ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୪ ଜୁଲାଇ ୨୦୨୩

ଧର୍ମ କରିବାକୁ ଜନ ଆଗଭର
ମଠ, ମନ୍ଦିରକୁ ଯାଇ,
ତୀର୍ଥାଟନ କରି, ଧାମ ଘୁରି ଘୁରି
ବଡ଼ିମା କଥାକୁ କହି ll
ପୁଣ୍ୟ ଅରଜିଲି, ଭାଗ୍ୟ କରିଥିଲି
କୁହା କୁହି ଏଠି ସେଠି
କେତେଯେ ବଖାଣି, ଟେକଟାଣ ବାଣୀ
କହି ଦେଉଥିବ ପାଟି ll
ବାର ବ୍ରତ ଓଷା, କରିବାରେ ଆଶା
ମନ ବଳୁଥାଏ କାର,
ସଞ୍ଜ ସକାଳରୁ, ରାତ୍ରହେବା ଯାଏ
ହେଉଥାନ୍ତି ହରବର ll
ରୋଗୀଣାର ବାପା, ବେମାର ଗିରସ୍ତ
ପୁଅ, ଝିଅ ଭଲ ମନ୍ଦ,
ପଥି ଓ ପାଞ୍ଚନ, ରନ୍ଧାବଢ଼ା ଧ୍ୟାନ
ସେସବୁକୁ କରି ବନ୍ଦ ll
ଭୋକ ଉପାସରେ, ଛଟପଟ ବାରେ
ବାଟ ଚାହିଁ ବସିଥାନ୍ତି,
ମନ୍ଦିରକୁ ବୁଲା, ସଂକୀର୍ତନ, ପାଲା
ପ୍ରବଚନେ ମନ ମାତି ll
ଦାଣ୍ଡ ଦେଖାଣିଆ, ଦାନ, ଛଞ୍ଚା ଦିଆ
ଅନ୍ନ ବ୍ୟଞ୍ଜନରେ ଭୋଜି,
ଅନୀତି ମାରଗେ, ଅରଜନ ସଙ୍ଗେ
ଗ୍ରହିତାଙ୍କ ମନ ରଞ୍ଜି ll
ଦକ୍ଷିଣା, ପାଉଣା, ଲଭି ବସ୍ତ୍ର, ମାନ
ପ୍ରଶଂସାରେ ଦେବେ ପୋତି,
କରୁଅଛି ଧର୍ମ, ପୂଜାପାଠ ପ୍ରେମ
ପୁଣ୍ୟ କାମଟିରେ ମାତି ll
ଚିତା ଚଇତନ୍ୟ, ପାଟ ମଠା ମାନ
ଦୂରରୁ ସେ ଶୋଭା ପାଏ,
କର୍ପୁର ଚନ୍ଦନ, ଅତର ସୁବାସ
ମହମହ ବାସୁ ଥାଏ ll
ଅନ୍ଧାରୁଆ କାମ, ଧୋକାଦିଆ ଶ୍ରମ
ଅଧର୍ମର କାରବାର,
ପର ଧନ ଲୁଣ୍ଠି , ଜଟିଭଣ୍ଡି ଲୁଟି
ଅରଜନେ ମନ କାର ll
ଲମ୍ପଟ ପ୍ରକୁତି, କାମ ଖେଳେ ମତି
ପରକୁ ବୁଲାଇ ଭୁଆ
କେତେ ମିଛ ସତ, ଲାଞ୍ଚ ପେଞ୍ଚ ଘଞ୍ଚ
ଅନୀତିଟି ଅନ୍ଧାରୁଆ ll
ଘର ଭଙ୍ଗା ନୀତି, ଛାଡ଼ପତ୍ର ସ୍ଥିତି
ହାଃ-ହାଃ-କାରଟି କରେ,
କିଏ ହୁଏ ନାଶ, କିଏ ଖାଏ ବିଷ
ଲୋକ ଲଜ୍ଜାଟି ପାରେ ll
ପିତା, ମାତା ପାଇଁ, ସଦା ନାହିଁ ନାହିଁ
ଜନ୍ମଦାତ୍ରୀ ହନ୍ତସନ୍ତ,
ଦାନା କନା ପାଇଁ, ରୋଗ ଶୋକ ସହି
କାନ୍ଦି ଫୁଲେ ଦୁଇ ନେତ୍ର ll
ଅର୍ଥର ଅଭାବେ, ଭଉଣୀ ବିବାହ
କରିବାରେ ନାହିଁ ମନ,
ପ୍ରିୟା, ପ୍ରୀତି ରାହା, ପର ଝିଅ ବାହା
ଲୁଚା, ଛପା ଦାନ ପୁଣ୍ୟ ll
ଶାଢ଼ୀ, ଚୁଡ଼ି, ପେଡ଼ି, ଅଳଙ୍କାର ବାଢ଼ି
ବାହାଦୁରି ବାହା ବାହା,
ଗଡ଼ ବିଜୟର, ଆନନ୍ଦ ପ୍ରଖର
ପ୍ରଚାର, ପ୍ରସାର ରାହା ll
ଆଜିକା ସଉକ, ରଖିବାକୁ ଟେକ
ଶସ୍ତାରେ ପ୍ରିୟତା ପାଇଁ,
ଧରମ କରନ୍ତି, ଅଧର୍ମ ଭୁଲନ୍ତି
ହିତାହିତ ଭୁଲି ଯାନ୍ତି ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.