• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଧର୍ମ ଓ ଅଧର୍ମ

ଧର୍ମ ଓ ଅଧର୍ମ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୪ ଜୁଲାଇ ୨୦୨୩

ଧର୍ମ କରିବାକୁ ଜନ ଆଗଭର
ମଠ, ମନ୍ଦିରକୁ ଯାଇ,
ତୀର୍ଥାଟନ କରି, ଧାମ ଘୁରି ଘୁରି
ବଡ଼ିମା କଥାକୁ କହି ll
ପୁଣ୍ୟ ଅରଜିଲି, ଭାଗ୍ୟ କରିଥିଲି
କୁହା କୁହି ଏଠି ସେଠି
କେତେଯେ ବଖାଣି, ଟେକଟାଣ ବାଣୀ
କହି ଦେଉଥିବ ପାଟି ll
ବାର ବ୍ରତ ଓଷା, କରିବାରେ ଆଶା
ମନ ବଳୁଥାଏ କାର,
ସଞ୍ଜ ସକାଳରୁ, ରାତ୍ରହେବା ଯାଏ
ହେଉଥାନ୍ତି ହରବର ll
ରୋଗୀଣାର ବାପା, ବେମାର ଗିରସ୍ତ
ପୁଅ, ଝିଅ ଭଲ ମନ୍ଦ,
ପଥି ଓ ପାଞ୍ଚନ, ରନ୍ଧାବଢ଼ା ଧ୍ୟାନ
ସେସବୁକୁ କରି ବନ୍ଦ ll
ଭୋକ ଉପାସରେ, ଛଟପଟ ବାରେ
ବାଟ ଚାହିଁ ବସିଥାନ୍ତି,
ମନ୍ଦିରକୁ ବୁଲା, ସଂକୀର୍ତନ, ପାଲା
ପ୍ରବଚନେ ମନ ମାତି ll
ଦାଣ୍ଡ ଦେଖାଣିଆ, ଦାନ, ଛଞ୍ଚା ଦିଆ
ଅନ୍ନ ବ୍ୟଞ୍ଜନରେ ଭୋଜି,
ଅନୀତି ମାରଗେ, ଅରଜନ ସଙ୍ଗେ
ଗ୍ରହିତାଙ୍କ ମନ ରଞ୍ଜି ll
ଦକ୍ଷିଣା, ପାଉଣା, ଲଭି ବସ୍ତ୍ର, ମାନ
ପ୍ରଶଂସାରେ ଦେବେ ପୋତି,
କରୁଅଛି ଧର୍ମ, ପୂଜାପାଠ ପ୍ରେମ
ପୁଣ୍ୟ କାମଟିରେ ମାତି ll
ଚିତା ଚଇତନ୍ୟ, ପାଟ ମଠା ମାନ
ଦୂରରୁ ସେ ଶୋଭା ପାଏ,
କର୍ପୁର ଚନ୍ଦନ, ଅତର ସୁବାସ
ମହମହ ବାସୁ ଥାଏ ll
ଅନ୍ଧାରୁଆ କାମ, ଧୋକାଦିଆ ଶ୍ରମ
ଅଧର୍ମର କାରବାର,
ପର ଧନ ଲୁଣ୍ଠି , ଜଟିଭଣ୍ଡି ଲୁଟି
ଅରଜନେ ମନ କାର ll
ଲମ୍ପଟ ପ୍ରକୁତି, କାମ ଖେଳେ ମତି
ପରକୁ ବୁଲାଇ ଭୁଆ
କେତେ ମିଛ ସତ, ଲାଞ୍ଚ ପେଞ୍ଚ ଘଞ୍ଚ
ଅନୀତିଟି ଅନ୍ଧାରୁଆ ll
ଘର ଭଙ୍ଗା ନୀତି, ଛାଡ଼ପତ୍ର ସ୍ଥିତି
ହାଃ-ହାଃ-କାରଟି କରେ,
କିଏ ହୁଏ ନାଶ, କିଏ ଖାଏ ବିଷ
ଲୋକ ଲଜ୍ଜାଟି ପାରେ ll
ପିତା, ମାତା ପାଇଁ, ସଦା ନାହିଁ ନାହିଁ
ଜନ୍ମଦାତ୍ରୀ ହନ୍ତସନ୍ତ,
ଦାନା କନା ପାଇଁ, ରୋଗ ଶୋକ ସହି
କାନ୍ଦି ଫୁଲେ ଦୁଇ ନେତ୍ର ll
ଅର୍ଥର ଅଭାବେ, ଭଉଣୀ ବିବାହ
କରିବାରେ ନାହିଁ ମନ,
ପ୍ରିୟା, ପ୍ରୀତି ରାହା, ପର ଝିଅ ବାହା
ଲୁଚା, ଛପା ଦାନ ପୁଣ୍ୟ ll
ଶାଢ଼ୀ, ଚୁଡ଼ି, ପେଡ଼ି, ଅଳଙ୍କାର ବାଢ଼ି
ବାହାଦୁରି ବାହା ବାହା,
ଗଡ଼ ବିଜୟର, ଆନନ୍ଦ ପ୍ରଖର
ପ୍ରଚାର, ପ୍ରସାର ରାହା ll
ଆଜିକା ସଉକ, ରଖିବାକୁ ଟେକ
ଶସ୍ତାରେ ପ୍ରିୟତା ପାଇଁ,
ଧରମ କରନ୍ତି, ଅଧର୍ମ ଭୁଲନ୍ତି
ହିତାହିତ ଭୁଲି ଯାନ୍ତି ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)
Literature

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

by Manas Ranjan Mahapatra
June 17, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ଜୁନ୍ ୨୦୨୫ କଲେଜରେ ପଢିଲା ବେଳେ ମୁଁ ସ୍କୁଟର ଚଲାଇବା ଶିଖିନେଇଥିଲି। ୧୯୯୧ରେ ସ୍କୁଟରଟିଏ କିଣିବା ପାଇଁ ଆଡ଼ଭାନ୍ସ ଅଫିସରୁ...

Read more
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.