ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଫେବୃଆରୀ ୨୦୨୫
ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଛି
ଗ୍ୟାରେଣ୍ଟି ପସରା ଅଜାଡ଼ି ପଡ଼ୁଛି
ଗ୍ୟାରେଣ୍ଟି ବର୍ଷାରେ ସହର ଭିଜୁଛି
ଭୋଟର ବିଚରା ବାଉଳି ହେଉଛି ||୧||
ଚଉକି ଦଖଲ ଲଢେଇ ଚାଲିଛି
ପ୍ରତିଶୃତିର ଖାଲି ବନ୍ୟା ଛୁଟୁଛି
ଯୁଦ୍ଧ କ୍ଷେତ୍ରରେ ତିନି ଦଳ ରହିଛି
ବଳ କଷାକଷି ଜୋରରେ ଚାଲିଛି ||୨||
ମହିଳାଙ୍କ ଭୋଟ ଗୁରୁତ୍ୱ ରଖୁଛି
ସେଥିଲାଗି ଟଣା ଓଟରା ଚାଲିଛି
ରନ୍ଧା ଗ୍ୟାସ ଦର ପାଞ୍ଚଶ ହୋଇଛି
ଫ୍ରି-ରେସନ କୀଟ ସାଙ୍ଗରେ ମିଳୁଛି
ମାସିକ ଭତ୍ତାର ଆଶ୍ଵସ୍ତି ମିଳିଛି
ସର୍କାରୀ ଚାକିରୀ ଗ୍ୟାରେଣ୍ଟି ରହିଛି
ବସ ଯାତ୍ରା ପୂରା ମାଗଣା ହୋଇଛି
ବାହାଘର ପାଇଁ ଅର୍ଥ ରାଶି ଅଛି ||୩||
ଆପ, ବିଜେପି ଓ କଂଗ୍ରେସ ଲଢ଼ୁଛି
ଯୁବଙ୍କ ଉପରେ ନଜର ଦେଇଛି
ବେକାରୀ ଭତ୍ତାର ବ୍ୟବସ୍ଥା କରିଛି
ସର୍କାରୀ ନୌକରୀ ରିଜର୍ଭ ରଖିଛି ||୪||
ମତଦାନ ଦିନ ନିକଟ ହେଉଛି
ଭୋଟ ପାଇଁ ପ୍ରାର୍ଥୀ ଦୁଆର ବୁଲୁଛି
କର୍ମୀଙ୍କ ପକେଟ ଗରମ ହେଉଛି
ଭୋଟର ବାପୁଡ଼ା ଶୁଖିଲା ଚାହିଁଛି ||୫||