ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୩
ଦୋଳ ବିମାନରେ
ଦୋଳ ଗୋବିନ୍ଦଙ୍କ
ଦର୍ଶନ ମିଳିଲେ ସୌଭାଗ୍ୟରେ
ଜୀବନ ସାର୍ଥକ
ହୁଏ ଦର୍ଶକର
ଆତ୍ମା ବସିଯାଏ ବୈକୁଣ୍ଠରେ.
ନରେନ୍ଦ୍ର ସରରେ
ଚନ୍ଦନେ ଚାପରେ
ମଧୁସୂଦନ କଲେ ଦର୍ଶନ
ପାପ ନାଶ ଯାଏ
ଆତ୍ମା ଶୁଦ୍ଧି ହୁଏ
ନଲଭେ ମନୁଷ୍ୟ ଯୋନି ଜନ୍ମ.
ଘୋଷ ଯାତ୍ରା କାଳେ
ଶ୍ରୀନନ୍ଦିଘୋଷରେ
ବାମନ ରୂପ ମିଳିଲେ ଦେଖା
ତନୁ ମନ ସବୁ
ଲାଗଇ ପବିତ୍ର
ଭକ୍ତରେ ନାମ ହୁଅଇ ଲେଖା.
ସେ ନୀଳାଚଳିଆ
କେଡ଼େ ଦୟାବନ୍ତ
ବତାଇଛି ମୁକତିର ମାର୍ଗ
ସମ୍ପୂର୍ଣ୍ଣ ଭକ୍ତିରେ
ଆତ୍ମ ସମର୍ପଣେ
ଭାଙ୍ଗି ଦିଏ ଦୃଢ଼ ପାପ ଦୁର୍ଗ.