• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦୁଃଖ-ସୁଖ: ଜୀବନ ହାଟର ସଉଦା

ଦୁଃଖ-ସୁଖ: ଜୀବନ ହାଟର ସଉଦା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ଡିସେମ୍ବର ୨୦୨୨

ଦୁନିଆଁ ହାଟ ରେ ସଉଦା ଦୁଇଟି
ଦୁଃଖ ଆଉ ସୁଖ ମିଳଇ ସବୁଠି,
ସୁଖ କିଣିବାକୁ ସଭିଏଁ ତତ୍ପର
ଦୁଃଖ ରେ କେ ହେବ ଆଉଟି ପାଉଟି?

ସୁଖ ନୁହେଁ ସାଥୀ ସବୁବେଳର
ନୁହେଁ ସିଏ ଜମା ସହଜ ସୂକ୍ଷ୍ମର,
ପାଇବାକୁ ସୁଖ ଜୀବନ ହାଟ ରେ
ଦେଖିବାକୁ ହେବ ସୁଖ ଆନର.

ନିଜ ସୁଖ ନିଜ ପାଖରେ ନ ରଖି
ଖର୍ଚ୍ଚ କଲେ ଆନ ଦୁଃଖ ପରଖି,
ସଉଦା ଥଳୀଟି ପୂରିବ ସୁଖରେ
ମିଳିଯିବ ହସ ଖୁସି ଖୋରାକି.

ଦୁଃଖ ସଭିଙ୍କର ଥଳି ରେ ରହିଛି
କିଣିଛି କେ ସୁଖ ଖାଲି ବାଛି ବାଛି?
ନିଜ ଦୁଃଖ ନିଜ ଥଳିରେ ସାଇତି
ବାଣ୍ଟି ଦିଅ ସୁଖ ଲୋଭ ମୁରୁଛି.

ଭାବିବ କାହାକୁ କହ ଆପଣାର?
ଯିଏ ନବ ତୁମ ଦୁଃଖ ଭଣ୍ଡାର,
ତା’ନିକଟେ ନିଜ ଦୁଃଖ ପସରା
ନବ କାହିଁ ତୁମ ସଉଦା ଦୁଃଖ ର?

କହନ୍ତି ସଭିଏଁ ଦୁଃଖ କହିଦେଲେ
ସେ ବୋଝ ଲାଘବ ହୁଏ ଭଲେ ଭଲେ,
ଯଦି ଆହା ତୁମ ଦୁଃଖରେ ନ ମିଳେ
ଦୁଃଖ କୁ ବାଣ୍ଟିବ କାହିଁ କାହା ତୁଲେ?

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.