ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୭ ଜୁଲାଇ ୨୦୨୪
ଏ ଭବ ସାଗରେ ତୁମେ ପ୍ରଭୁ ନାଆ
ତୁମେ ନିଜେ କାତ ତୁମେ ନାଉରୀ
ତୁମେ ଜଳ ସ୍ରୋତ ତୁମେ ପ୍ରଭୁ ଗଣ୍ଡ
ତୁମେ କରିଥାଅ ଭବରୁ ପାରି.
ପାରି କରିବାକୁ ଭବ ସାଗରରୁ
ତୁମରି ପାଉଣା ସମର୍ପଣ
ଭାବ ଭକତିରେ ଯିଏ ସମର୍ପିତ
ତୁମେ ନିଅ ତା’ର ହୃଦୟେ ସ୍ଥାନ.
ତା’ର ସୁଖ ଦୁଃଖ ତୁମ ସୁଖ ଦୁଃଖ
ତୁମେ ନେଇଥାଅ ତା’ର ଦାୟିତ୍ୱ
ତୁମେ କରିଥାଅ ସେହି କାର୍ଯ୍ୟ ସବୁ
ଯେଉଁ ଥିରେ ତା’ର ପରମ ହିତ.
ତାକୁ ରଖି ଦିଅ ସେହି ସ୍ଥାନେ ନେଇ
ପୂଜା ପାଉଥିବ ସେ ଚୀର ଦିନ
ତା ମରଣ ପରେ ଶ୍ରଦ୍ଧା ଭକତିରେ
କରୁଥିବେ ନରେ ତା ଜୟ ଗାନ.