ସସ୍ମିତା ପଣ୍ଡା, କଟକ, ୨୫ ଅପ୍ରେଲ ୨୦୨୩
ଗୋଟେ ନାହିଁ ନାହିଁ ର ଜୀବନକୁ
ଆଲୋକିତ କରି ପାରିବ
ମୁକୁଳାଇ ପାରିବ….
ଅତୀତର ଅଭ୍ୟସ୍ତ ଅନ୍ଧାରରୁ
ଯେଉଁଠି ବନ୍ଧା ପଡ଼ିଛି
ତମାମ ଆୟୂଷ ।
ହୃଦୟ ଛୁଇଁ ଯିବ
ମହଣ ମହଣ ପୁର୍ଣ୍ଣତା
ସଦ୍ୟ କାକର ବିନ୍ଦୁରେ
ଲେଖିନେବ ଥରୁଟିଏ
ପ୍ରଣୟର ପରିଭାଷା ।
ଅନ୍ୟମନସ୍କତା ଭିତରେ
ରାତି ଅତିଷ୍ଠ ଏବେ
କହିବକି ଖୁବ୍ ଭାରିଭାରି
କାହିଁକି ଲାଗୁଛି….
ଶେଷଦେଖା ସେଇଠି
ଯେଉଁଠି ତୁମେ ମୋତେ
ପ୍ରଥମେ ଭେଟିଥିଲ
ସେ ଜାଗାରୁ ଟିପେ ବି ହଲିନି
ତୁମେ କୁଆଡେ ଡାକୁଛ ଯେ….
ମୁଁ ତ ତୁମ ଇସାରାର ଅପେକ୍ଷାରେ
ଅନେକ ସମୟରୁ….
ଅନେକ ସମୟରୁ ସଜେଇ ନେଇଛି ନିଜକୁ
କୁହୁଳୁଚି ତୁମ ପ୍ରତିକ୍ଷା ଜୁଇରେ।।
ପାରିବତ ଫିଙ୍ଗି ଦେଇ
ଗୋଟେ ନିର୍ଜନତାକୁ
ପୂର୍ଣ୍ଣ କୋଳାହଳ ଭିତରେ
ତୁମେ ସଜାଇ ଦେବ
ମୋ ବିଛଣା ଧାରରେ
ତୁମ ପସନ୍ଦର ଫୁଲ ମାନଙ୍କୁ
ତୁମ କଲମର ସ୍ପର୍ଶରେ
ପୂରଣ କରି ଦେବ….
ମୋ କବିତାର ଶେଷ ଧାଡ଼ି।
ପାରିବ? କୁହ, ପାରିବନା?