• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଇଚ୍ଛା ଏକ କବିତାର ନାଆଁ

ଇଚ୍ଛା ଏକ କବିତାର ନାଆଁ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୫ ଅପ୍ରେଲ ୨୦୨୩

ଗୋଟେ ନାହିଁ ନାହିଁ ର ଜୀବନକୁ
ଆଲୋକିତ କରି ପାରିବ
ମୁକୁଳାଇ ପାରିବ….
ଅତୀତର ଅଭ୍ୟସ୍ତ ଅନ୍ଧାରରୁ
ଯେଉଁଠି ବନ୍ଧା ପଡ଼ିଛି
ତମାମ ଆୟୂଷ ।

ହୃଦୟ ଛୁଇଁ ଯିବ
ମହଣ ମହଣ ପୁର୍ଣ୍ଣତା
ସଦ୍ୟ କାକର ବିନ୍ଦୁରେ
ଲେଖିନେବ ଥରୁଟିଏ
ପ୍ରଣୟର ପରିଭାଷା ।

ଅନ୍ୟମନସ୍କତା ଭିତରେ
ରାତି ଅତିଷ୍ଠ ଏବେ
କହିବକି ଖୁବ୍ ଭାରିଭାରି
କାହିଁକି ଲାଗୁଛି….

ଶେଷଦେଖା ସେଇଠି
ଯେଉଁଠି ତୁମେ ମୋତେ
ପ୍ରଥମେ ଭେଟିଥିଲ
ସେ ଜାଗାରୁ ଟିପେ ବି ହଲିନି
ତୁମେ କୁଆଡେ ଡାକୁଛ ଯେ….

ମୁଁ ତ ତୁମ ଇସାରାର ଅପେକ୍ଷାରେ
ଅନେକ ସମୟରୁ….
ଅନେକ ସମୟରୁ ସଜେଇ ନେଇଛି ନିଜକୁ
କୁହୁଳୁଚି ତୁମ ପ୍ରତିକ୍ଷା ଜୁଇରେ।।

ପାରିବତ ଫିଙ୍ଗି ଦେଇ
ଗୋଟେ ନିର୍ଜନତାକୁ
ପୂର୍ଣ୍ଣ କୋଳାହଳ ଭିତରେ
ତୁମେ ସଜାଇ ଦେବ
ମୋ ବିଛଣା ଧାରରେ
ତୁମ ପସନ୍ଦର ଫୁଲ ମାନଙ୍କୁ
ତୁମ କଲମର ସ୍ପର୍ଶରେ
ପୂରଣ କରି ଦେବ….
ମୋ କବିତାର ଶେଷ ଧାଡ଼ି।
ପାରିବ? କୁହ, ପାରିବନା?

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.