ଭକ୍ତ ଚରଣ ସାହୁ, ଯାଜପୁର,୨୭ ଡିସେମ୍ବର ୨୦୨୨
ଏମିତି କେହି
ମଣିଷ ନାହିଁ
ଖୋଜିନି ଟିକେ ସୁଖ ।
ଏମିତି କେହି
ମଣିଷ ନାହିଁ
ଲଭିନି ଜମା ଦୁଃଖ ।।
ଏମିତି କେହି
ମଣିଷ ନାହିଁ
କରିନି ଜମା ଲୋଭ ।
ଏମିତି କେହି
ମଣିଷ ନାହିଁ
କରିନି କେବେ କ୍ଷୋଭ ।।
ଏମିତି କେହି
ମଣିଷ ନାହିଁ
ଖୋଜିନି ଜମା ଧନ ।
ଏମିତି କେହି
ମଣିଷ ନାହିଁ
ଖୋଜିନି ଭଲ ମନ ।।
ଏମିତି କେହି
ମଣିଷ ନାହିଁ
କରିନି ଜମା ପାପ ।
ଏମିତି କେହି
ମଣିଷ ନାହିଁ
ସମ୍ଭାଳି ନାହିଁ ଚାପ ।।
ଏମିତି କେହି
ମଣିଷ ନାହିଁ
ଖୋଜିନି ଭଲ ବାଟ ।
ଏମିତି କେହି
ମଣିଷ ନାହିଁ
ଚାହେଁନି ଭଲ ଥାଟ ।।
ଏମିତି କେହି
ମଣିଷ ନାହିଁ
ଦେହେ ନଥିବ ରୋଗ ।
ଏମିତି କେହି
ମଣିଷ ନାହିଁ
ପାଇନି ଭଲ ଯୋଗ ।।
ଏମିତି କେହି
ମଣିଷ ନାହିଁ
ହୋଇ ନଥିବ ଟୋକା ।
ଏମିତି କେହି
ମଣିଷ ନାହିଁ
ଖାଇ ନଥିବ ଧୋକା ।।
ଏମିତି କେହି
ମଣିଷ ନାହିଁ
ପିଉ ନଥିବ ପାଣି ।
ଏମିତି କେହି
ମଣିଷ ନାହିଁ
ନଥିବ କିଛି ଜାଣି ।।
ଏମିତି କେହି
ମଣିଷ ନାହିଁ
ନଥିବ ଜମା ହସି ।
ଏମିତି କେହି
ମଣିଷ ନାହିଁ
ଧରି ନଥିବ ମସି ।।
ଏମିତି କେହି
ମଣିଷ ନାହିଁ
ନଥିବ ତା’ର ଅରି ।
ଏମିତି କେହି
ମଣିଷ ନାହିଁ
ଯିବନି ଦିନେ ମରି ।।