• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏଣ୍ଡୁରୀ ଜନମ ନେଲାରେ

ଏଣ୍ଡୁରୀ ଜନମ ନେଲାରେ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର,୧୬ ନଭେମ୍ବର ୨୦୨୨

ପ୍ରଥମା ଅଷ୍ଟମୀ
ସକାଳରେ ଆଜି
ସୂର୍ଯ୍ୟ ଯେବେ ଦେଖା ଦେଲାରେ ।
ହଳଦୀ ପତର
ବସନ ପିନ୍ଧିକି
ଏଣ୍ଡୁରୀ ଜନମ ନେଲାରେ ।।
ଖାଉଛେରେ ମନ ଭରିକି ।
ଯେତେ ପିଠା ଅଛି
ଆମ ସଂସ୍କୃତିରେ
କେହି ନୁହେଁ ତା’ର ସରିକି ।।

ଆମ ରାଇଜର
ପ୍ରତି ଘରେ ଥିବା
ଜ୍ୟେଷ୍ଠ ପୁଅ ଝିଅ ଯେତେରେ ।
ଆଜିର ଦିନରେ
ପୋରୁଆଁ ହେଲେରେ
ଆନନ୍ଦ ହୋଇକି ସେତେରେ ।।
ନୂଆ ପୋଷାକ ସେ ନାଇକି ।
ମନ୍ଦିରରେ ଦିଅଁ
ଦରଶନ କଲେ
ସରାଗରେ ଗୀତ ଗାଇକି ।।

ବାର ମାସ ତେର
ପରବ ପାଳୁଛେ
ଆମ ରାଇଜରେ ଥାଇକି ।
ନାନା ଜାତି ପିଠା-
ପଣା ଘରେ ହୁଏ
ଖୁସି ହେଉ ତାକୁ ଖାଇକି ।।
ଓଡ଼ିଶାରେ ଜନ୍ମ ପାଇକି ।
କେଡେ ଖୁସି ହୋଇ
ରହିଛୁରେ ସବୁ
ସଂସ୍କୃତିର ଗୁଣ ଗାଇକି ।।

ଆମ ଏ ସଂସ୍କୃତି
ଆମ ପରମ୍ପରା
ଜାଣିଥା ମହାନ କେତେରେ ।
ତା’ ଗୁଣ ଗାରିମା
କଅମ ହୋଇବ
ବର୍ଣ୍ଣନା କରିଲେ ଯେତେରେ ।।
ଆନନ୍ଦଟା ଯାଏ ଦିଶିରେ ।
ବଞ୍ଚାଇ ରଖିବା
ସଂସ୍କୃତିକୁ ଆମ
ଆସ ସବୁ ମିଳିମିଶିରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)
Literature

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

by Manas Ranjan Mahapatra
June 17, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ଜୁନ୍ ୨୦୨୫ କଲେଜରେ ପଢିଲା ବେଳେ ମୁଁ ସ୍କୁଟର ଚଲାଇବା ଶିଖିନେଇଥିଲି। ୧୯୯୧ରେ ସ୍କୁଟରଟିଏ କିଣିବା ପାଇଁ ଆଡ଼ଭାନ୍ସ ଅଫିସରୁ...

Read more
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.