ଜୟଶ୍ରୀ ଦାସ, ବାଲେଶ୍ଵର, ୨୩ ଡିସେମ୍ବର ୨୦୨୨
ଫୁଲ ବଗିଚାରେ ଡେଣା ଲହରେଇ
ଖେଳୁଛି ପରଜାପତି
ଫୁଲ ମନ ମୋର କିଏ ଭାଙ୍ଗିଦେଲା
କାହିଁ ଗଲା ଖେଳ ସାଥୀ ? ।୦।
ଧୁଳିଆ ଧୂସର ହୋଇ ଧୂଳି ଖେଳ
ଖେଳିବାରେ ଥିଲା ମଜା
କାହିଁ ଗଲେ ମୋର କଣ୍ଢେଇ ରଜା ଲୋ
ତେଲିଙ୍ଗି ବାଇଦ ବଜା
ଶୋଇଯା ଶୋଇଯା ଧନମଣି ମୋର
ଆସୁଛି ଅଂଧାର ରାତି । ୧।
ମୋ ପିଲାଦିନକୁ କିଏ ଚୋରାଇଲା
ହାତ ପାଆନ୍ତାରୁ ଜହ୍ନ
କିଏ ଭାଙ୍ଗିଦେଲା ମୋ ମାଟି ସିଲଟ
ଅଝଟିଆ ପିଲା ମନ
ଆସ ଲୋ ଆସ ମୋ ସହୀ ସଙ୍ଗାତୁଣୀ
ଖେଳିବା ଖପର କାତି ।୨।