• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଫୁଲି ଗଉରୀ, ଫୁଲେଇ ଭାରୀ

ଫୁଲି ଗଉରୀ, ଫୁଲେଇ ଭାରୀ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୩ ମଇ ୨୦୨୩

ଫୁଲି ଗଉରୀ, ଫୁଲେଇ ଭାରୀ
ଛଅକୁ ନଅ କୁହେ,
ନୁଆଁ ପାଣିର କେଞ୍ଚୁଆ ଟିର
ବହପ ସୀମା ଡିଏଁ ।।
କୁହଇ କଥା, ଫାଟଇ ମଥା
ଫୁଟାଏ ଗିରି ପତା,
ଅଜବ କଥା, ସବୁ ବାରତା
ଭାଙ୍ଗଇ, ବାଡ଼, ବତା ।।
ତା ଘର ବଡ଼, ବିଶାଳ ମେଢ଼
ସବୁତ ଭରପୁର,
ନାହିଁ ଅଭାବ, ଯିଏ ଦେଖିବ
ଆଖି ଝଲସେ ତାର ।।
ସୁଖ ସୌଭାଗ୍ୟ, ସେ ନବରଙ୍ଗ
ଖେଳଇ ଦୋଳି ନିତି
ଦେଖି ଅଭାବ, ସଂକୀର୍ଣ୍ଣ ଭାବ
ଲାଜରେ ଷଢ଼େ ଅତି ।।
ଘର କୁକୁର, ସାଥେ ଚାକର
ବିଲେଇ, କୁଆ, ବେଙ୍ଗ,
ଅନୁରାଗରେ, ତାହାଙ୍କ ଘରେ
ଚଳନ୍ତି ହୋଇ ସାଙ୍ଗ ।।
ଧରି ମୋବାଇଲ, କରିବ କଲ
ଉଚ୍ଚ ଶବଦ କରି,
ସରୁ ଗଳାରେ, ଆଳାପ କରେ
କଟକୀ ରାଣୀ ପରି ।।
ମନ୍ଦ ବାରତା, ଧୀରରେ କଥା
ଏକ ଏକାନ୍ତ ବେଳେ
ଫୁସୁର ଫାସ, ମୁଖ ବିରସ
ଲୁଚା ଛପାରେ ଚଳେ ।।
ଯାଇଛି ଗାଆଁ, ନଗର ଛୁଆ
ଓଡ଼ିଆ କୁମ୍ଭାରୁଣୀ,
ଦିନରେ ଦଶ, ପନ୍ଦର ଭାଷ
ବଳେ କୁହଇ ବାଣୀ ।।
ନପୁଛୁ କିଏ, ଗପି ସେ ଯାଏ
ବଳେ ଉଠଇ କଥା,
ଟେକ ଟାଣରେ ବହପ ମାରେ
ଉଚ୍ଚ ଉଚ୍ଚାଟ ମଥା ।।
ରେଳ ଗାଡ଼ିତେ, ଅଟୋ, ମଟରେ
ବସିଛି ବହୁ ବାର,
ଉଡ଼ା ଜାହାଜ, ବଡ଼ ମଉଜ
ତୋଷିଛି କେତେ ଥର ।।
ତୀର୍ଥ କରିଛି, ମଠ ଯାଇଛି
ମନ୍ଦିର ନିରନ୍ତର,
ପକାଇ ବୁଡ଼, ପାପକୁ ଛାଡ଼
କେଡେ ସୌଭାଗ୍ୟ ତାର ।।
ବକ ବୈଷ୍ଣବ, ପୁଣ୍ୟର ଭାବ
ସଂସାର କଥା ଭୁଲେ,
ମାୟା ମୋହଟି, ହଇଛି ହଟି
ଧରମ ପଥେ ଚଳେ ।।
ପୁଅ ମୋହର, ବଡ଼ ସୁଧାର
ତା ସରି ନାହିଁ କେହି,
ଦେଖୁଚି ଭଲ, ବୁଝିଇ ହାଲ
କହିଲେ ସରେ ନାହିଁ ।।
ସରୁ ଚାଉଳେ, ଭାତଟି ଚଳେ
ଆମିଷ ନିତି ଦିନ,
ଦାମିକା ଶାଢ଼ୀ, ଫାଟୁଛି ପେଡ଼ି
ଅଳଙ୍କାରତ ଭାସେ,
ପିନ୍ଧିବା ପାଇଁ, ବିରକ୍ତି ହୋଇ
ପୁରୁଣା ଫଟା ରସେ ।।
ହୋଇବ ଚୋରି, ଡରଟି ଭାରି
ଗିଲିଟି ଅଙ୍ଗେ ଭିଡ଼େ,
ଦେଖା ଶିଖାରେ, ଆଳାପ କରେ
କେତେ ବା ଝୁଣ୍ଟି ପଡ଼େ ।।
ଅଳପ ପାଠ, ଭହୁତ ହାଟ
ଖଣ୍ଡି ଇଂରାଜୀ କଥା,
ଉଚ୍ଚ ଶିକ୍ଷିତ, ସଙ୍ଗତେ ମିତ
ଅନୁକରଣ ପ୍ରଥା ।।
ମୋହର ବର, ଗେଲା ଆଦର
ପ୍ରେମ ପୀରତି କରେ,
ମୋ ପାଶେ ରହି, ମୋ ମୁହଁ ଚାହିଁ
କରନ୍ତି ସେବା ଘରେ ।।
ବାସନ ମଜା, ଘରକୁ ସଜ୍ଜା
ଲୁଗା କାଚିବା କାମ,
କରନ୍ତି ନିତି, ସରାଗେ ଅତି
ଅଗାଧ ତାଙ୍କ ପ୍ରେମ ।।
ମୋହର କଥା, ନାହିଁ ଅନ୍ୟଥା
ମତ ଲୋଡ଼ନ୍ତି ସବୁ,
ସାହି ପଡିଶା, ରଖନ୍ତି ଆଶା
ମଣି ତାଙ୍କର ପ୍ରଭୁ ।।
କୂପ ମାଣ୍ଡୁକ, ବକର ବକ
କଟର କଟ କେତେ,
ଯେ ଯାହା କହୁ, ବିରକ୍ତି ହେଉ
ଚାଲେ ଆପଣା ପଥେ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.