ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୬ ଜାନୁଆରୀ ୨୦୨୪
ଗଣ ତନ୍ତ୍ର ସବୁ ତନ୍ତ୍ର ଠାରୁ ଉଚ୍ଚ
ମାନବ ବାଦ ର ରକ୍ଷା କର୍ତ୍ତା,
ମଣିଷ ଜନମ ସ୍ୱାଧୀନ ଭାବରେ
ଅଛି ତାହାର ସ୍ୱାଧୀନ ଚେତ୍ତା.
ଘରଟା ଯେପରି ଚାଲୁଥାଏ ସଦା
ନିର୍ଦ୍ଦିଷ୍ଟ ଆଇନ କାନୁନ ରେ
ଦେଶ ବି ଚାଲଇ ଶୃଙ୍ଖଳିତ ଭାବେ ଲିଖିତ ନୀତି ସମ୍ବିଧାନରେ.
ସେଥିପାଇଁ ପରା ସାଧାରଣ ତନ୍ତ୍ର
ହୋଇଯାଇ ଅଛି ପ୍ରଚଳିତ
ଆମ ସମ୍ବିଧାନ ଆମ ସ୍ୱାଭିମାନ
କରୁଅଛି ଦେଶ ଜାତି ହିତ.
ଆସରେ ସରବେ ଗୌରବ ର ସହ
ମାନିବାରେ ଆମ ସମ୍ବିଧାନ
ସେହି ପରା ଆମ ଦେଶର ପୁରାଣ
ସେହି ବଢ଼ାଇଛି ଆମ ମାନ.
ଦୋଷ ତ୍ରୁଟି ଯଦି କରୁଅଛି କିଏ
ସମ୍ବିଧାନ ଧାରା ମାନୁ ନାହିଁ
ସମ୍ବିଧାନ ମଧ୍ୟେ ଗଳି ବାଟ ଦେଖି
ଚେଷ୍ଟିତ ଯେ ଖସି ଯିବା ପାଇଁ.
କେତେବେଳେ ହେଲେ କ୍ଷମା ଯୋଗ୍ୟ ନୁହେଁ
ସେହି ଆମ ଦେଶର ବିରୋଧୀ
ସମ୍ବିଧାନ ପ୍ରତି ବିଶ୍ୱାସ ରଖିବା
ଅଟେ ଆମର ପରମ ବିଧି.