ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଅପ୍ରେଲ ୨୦୨୫
ଏଠାରେ ଗଣତନ୍ତ୍ରର ଶାସନ ଚାଲିଛି,
ଅଠସ୍ତରି ବର୍ଷ ପରେ ବି ଦୈନ୍ୟ ରହିଛି।
କେତେ ଗରିବ କଲ୍ୟାଣ ଯୋଜନା ହେଉଛି,
ଦୁଃଖୀ ଆଜିବି ଭୋକିଲା ପେଟରେ ରହୁଛି।
ଯୁବସମାଜ ବେକାରୀ ବ୍ୟାଧିରେ ସଢୁଛି,
ବେରୋଜଗାର ଚିନ୍ତାରେ ଘାଇଲା ହେଉଛି।
କୃଷକ ଆଜି ବାହୁନି ବାହୁନି କାନ୍ଦୁଛି,
କାରଣ ତା’ର ଆୟ କମିବାରେ ଲାଗିଛି।
ଭ୍ରଷ୍ଟାଚାର ବ୍ୟବସ୍ଥାକୁ ବିଗାଡ଼ି ଦେଉଛି,
ତେଣୁ ସମାଜର ରଙ୍ଗ ବେରଙ୍ଗ ହେଉଛି।
ଅନୀତି, ପ୍ରୀୟାପ୍ରୀତି ପୁଣି ବଢ଼ି ଚାଲିଛି,
ତାହା ବିପନ୍ନଙ୍କୁ ଉଚ୍ଛନ୍ନ କରି ଦେଉଛି।
ଯୋଜନାର ନାମ, ରଙ୍ଗ ବଦଳି ଯାଉଛି,
ତେବେ ଲାଭାର୍ଥୀ ସେମିତି ତିମିରେ ରହିଛି।
ଏବେ ଅଜବ ପରିସ୍ଥିତି ଦେଖା ଯାଉଛି,
ଧନୀ ପ୍ରାର୍ଥୀ କେବଳ ନିର୍ବାଚନ ଲଢ଼ୁଛି।
ଅବିଚାରିତ ଖଣି ଉତ୍ତୋଳନ ଚାଲିଛି,
ଅମୂଲ୍ୟ ଖଣି ସମ୍ପଦ ନିଃଶେଷ ହେଉଛି।
ଜଙ୍ଗଲ କ୍ଷୟ ଉତ୍ତାପ ବଢାଇ ଦେଉଛି,
ବିଷମୟ ଜଳ ଦୁର୍ଭିକ୍ଷ ଉଙ୍କି ମାରୁଛି।
ରାଜନୀତି ଏବେ ଭଲ ବେଉସା ହୋଇଛି,
ଜନସେବା ଖାଲି ତା’ର ଖୋଳପା ସାଜିଛି।
ବିଚରା ଗରିବ ଭୋଟର ଚାହିଁ ରହିଛି,
ଶାସନର ସୁଫଳ କେବେ ତାକୁ ମିଳୁଛି।