• About
  • Contact
Sunday, August 2, 2026
Sunday, August 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାନ୍ଧୀଙ୍କ ତିନି ମାଙ୍କଡ ନୀତି

ଗାନ୍ଧୀଙ୍କ ତିନି ମାଙ୍କଡ ନୀତି
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୯ ଜାନୁଆରୀ ୨୦୨୫

ସମୟର ଗତି, ବିଚିତ୍ରଟି ଅତି
ପରିବର୍ତ୍ତନଟି ସଦା,
ନୂଆ ନୂଆ କଥା, ନୂଆ ନୂଆ ଚେତା
ଅନୁଭୂତି ଗଦା ଗଦା ll
ନବ ପିଢ଼ିଙ୍କର, ନୂତନ ଯାତରା
କେତେ ପରା ନବରଙ୍ଗ,
ନୂଆ ନୂଆ ପନ୍ଥା, ଅଜବର ଚିନ୍ତା
ନୂଆ ଢଙ୍ଗ, ନୂଆ ସାଙ୍ଗ ll
ପୀରତିର ନିଶା, କରୁ ଲୋକ ହସା
ଦାଣ୍ଡେ ପଡ଼ି ହାଟେ ଗଡ଼ୁ,
ହେଉ ଅବିଗୁଣ, ଘେନୁ ଦୂରୁଗୁଣ
ବିପଦ ଖଣ୍ଡାଟି ଛିଡ଼ୁ ll
ଭୋଗ ବିଳାସୀର, ସପନର ଘର
ହେଉ ବାଲି ଘର ସିଏ,
ଅଳସୁଆ ଟିର, ବାରବାଟି ଚାଷ
ଦିବା ସପ୍ନ ଧୂଳି ହୁଏ ll
ଉପଦେଶ ପିତା, ଅରୁଚି ତିକ୍ତତା
ଅସହ୍ୟ ଜ୍ଵଳାଟି ମନେ,
ଗୁରୁ ଗୁରୁଜନ, ଭକ୍ତି ଅଭିମାନ
ଛାଡ଼ି ଯାଏ ଅହଂ ଜ୍ଞାନେ ll
ମନଟି ଅଥୟ, ପୁରୁଣାକୁ ହେୟ
ନାହିଁ ବଡ଼ଙ୍କୁ ସମ୍ମାନ,
ଅହଙ୍କାରୀ ମନ, କରେ ହେୟ ଜ୍ଞାନ
ରଖି ମନେ ଅବିଗୁଣ ll
ଜବାବ ସୁଆଲ, ନିଷ୍ଠୁର ବଚନ
ଛୋଟ ସାପ, ବଡ଼ ବିଷ,
କହି ଆଧୁନିକ, ଭାବି ବଡ଼ ଲୋକ
ଛାଡ଼ନ୍ତି, ମନର ବିଷ ll
ଜାଣି ଶୁଣି ସବୁ, ମଉନ, ନିରବ
ଅଜଣା ବାହାନା ବାଟ,
ଜାଣିଣ ବିପଦ, ଆପେ ପାଟି ବନ୍ଦ,
ନିଜ ପାଟି, ନିଜ ଓଠ ll
ପାଟିରେ ତୁଣ୍ଡିଟି, ଅଦୂର୍ଷ୍ୟର ପଟି
ପ୍ରଥମ ମାଙ୍କଡ ନୀତି,
ଶୁଣି, ନଶୁଣିବା, ବଧିରଟି ହେବା
ଶ୍ରେୟ ମଣେ, କେହି ଅତି ll
ଦ୍ୱତୀୟ ପାତିର, ନୀତି ଶ୍ରେୟସ୍କର
ଯୁଗ ଉପଯୋଗୀ ତାହା,
ଲାଗୁ କଟୁ କଥା, ଅରୁଚିରେ ପିତା
ଏହି ଛଳନାଟି ରାହା ll
ଆଖି ସବୁ ଦେଖେ, ସବୁକୁ ପରଖେ
ଭଲ ମନ୍ଦ, ଛନ୍ଦ ସବୁ,
ଦେଖିଛି କହିଲେ, ହିନସ୍ଥାର ତୁଲେ
ବିପଦ କରିବ କାବୁ ll
ହୋଇ ସାକ୍ଷୀଟିଏ, ସତ କହେ ଯିଏ
ବିରୋଧାଭାଷ ର ଫାଶ,
ହେବ ଗୋଠଛଡ଼ା, ଦାଣ୍ଡରେ ଘୋଷଡା
ବିବାଦେ ଇଜ୍ଜତ ନାଶ ll
ଆଖି ଦେଖୁ ଥାଏ, ସବୁ ଜାଣି ଯାଏ
ଚକ୍ଷୁ ଦୋଷ ରୋଗ କହେ,
କିଛି ତ ଦେଖିନି, ଚି଼ହ୍ନି ପାରେ ନାହିଁ
ରକ୍ଷା କବଚଟି ସିଏ ll
ତୃତୀୟ ପାତିର, ଏହି ପନ୍ଥାଟିର
ବଞ୍ଚିବା ଔଷଧ ବାଟ,
ହେଲେ ଅମାନିଆ ଅପବାଦ ଥୁଆ
ଭୋଗିବ ବହୁତ କଷ୍ଟ ll
ବୟବୃଦ୍ଧ, ବୃଦ୍ଧା, ଅସହାୟେ ବନ୍ଧା
ପରଠି ନିର୍ଭର ଯିଏ,
ତିନି ମାଙ୍କଡଙ୍କ, ନୀତି ଫେଡ଼େ ଦୁଃଖ
ଶାନ୍ତିରେ ମରିବ ସିଏ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

You, Me and Tea
Literature

You, Me and Tea

by Sudipta Mishra
August 1, 2026

Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...

Read more
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.