ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଜୁଲାଇ ୨୦୨୪
ଗାଆଁରେ ରହିଛି ମନ,
ସହରେ ବିତୁଛି ଜୀବନ ।
ସେଠାରେ ପ୍ରାଣର ସ୍ପନ୍ଦନ,
ଏଠାରେ ଛଳନାର ବନ୍ଧନ ।
ସେ ମାଟିର ଆକର୍ଷଣ,
ଏ ଭୂଇଁରେ ବାଧ୍ୟ ଅବସ୍ଥାନ ।
ସେଇଠି ଅଳସ ଜୀବନ,
ଏଇଠି କର୍ତ୍ତବ୍ୟର ଆହ୍ୱାନ ।
ଗାଆଁରେ ଶୁଦ୍ଧ ମୁକ୍ତ ପବନ,
ସହରେ ଦୂଷିତ ବାତାବରଣ ।
ସେଠାରେ ମୁକ୍ତ ବିଚରଣ,
ଏଠାରେ ଅତି ସନ୍ତର୍ପଣ ।
ସେଠି ମନ୍ଦିରେ ଭଜନ କୀର୍ତ୍ତନ,
ଏଠି ସଂଧ୍ୟାରେ ଟିଭି ଗର୍ଜନ ।
ଗାଆଁରେ ପୋଥି ପୁରାଣ,
ସହରେ ବିଳାସ ବ୍ୟସନ ।
ସେଇଠି ଘଞ୍ଚ ଗିରିବନ,
ଏଇଠି କଂକ୍ରିଟ ସ୍ତୁପମାନ ।
ଗାଆଁ ଓ ସହରର ଏହି ବ୍ୟବଧାନ,
କିପରି ହେବ ତା’ର ସମାଧାନ ?