• About
  • Contact
Wednesday, April 29, 2026
Wednesday, April 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘର-ବୁଡ଼ି ଆମ ଆଣ୍ଠୁଏ ହେଲାଣି ପାଣି

ଘର-ବୁଡ଼ି ଆମ ଆଣ୍ଠୁଏ ହେଲାଣି ପାଣି
Share on FacebookShare on Xshare on Whatsappshare on Linkedin
ବନମାଳୀ ମିଶ୍ର, କେନ୍ଦୁଝର, ୩ ଜୁଲାଇ ୨୦୨୪

ବିନା ଡାକ୍ତରରେ ସ୍ୱାସ୍ଥ୍ୟ ସେବା ଚାଲେ,
ବିନା ଶିକ୍ଷକରେ ବିଦ୍ୟାଳୟ,
ବିନା ପୂଜକରେ ଦେବାଳୟ ଚଳେ
ପାଣିବିନା ଚାଲେ ଶୌଚାଳୟ! (୧)

ବିଦ୍ୟାଳୟ ପାଠ ମଝିଟାରେ ପଶେ
ମଧ୍ୟାହ୍ନ ଭୋଜନ ଖେଚୁଡି ଖିଆ,
ଚୁଲି ଫୁଙ୍କିଲାଣି ଆଣ୍ଠେଇ ଶିକ୍ଷକ
ବାଳୁଙ୍ଗା ଏଠାରେ ହେଲେଣି ଛୁଆ! (୨)

ଶିକ୍ଷା ଅଧିକାର ଆଇନ୍ ଆସିଲା
ତିରିଶ ପିଲାରେ ଶିକ୍ଷକ ଜଣେ,
ପାଞ୍ଚଟା ଶ୍ରେଣୀକୁ ଦି’ଜଣ ଶିକ୍ଷକ
ଅଧିକାର ଆମ ଫାଇଲ ତଳେ! (୩)

ମାଗଣା ଚାଉଳ, ମାଗଣା ଶିକ୍ଷା ଓ ମାଗଣା ଔଷଧ
ଯେବେଠାରୁ ପୁଣି ଆଇନ୍ ହେଲା,
ଡାକ୍ତର ଅଭାବ, ଶିକ୍ଷକ ଅଭାବ
ଖାଦ୍ୟ ପାଇବାରେ ସୁବିଧା ହେଲା! (୪)

ଓଡିଆଏ ଆମେ ଖାଇପିଇକରି
ଆନନ୍ଦରେ ଶୋଇ ଘୁ୍‌ଙ୍ଗୁଡି ମାରୁ,
ଆଗାମୀ ପିଢିଟା ବରବାଦ୍ ହୁଏ
ଏକଥାକୁ କେବେ ଚିନ୍ତା ନକରୁ! (୫)

ଷାଠିଏ ପଉଟି ନ ରୁଚେ ଯାହାକୁ
ଘର ଘର ବୁଲି ଚାଉଳ ମାଗେ,
ଲକ୍ଷ୍ମୀ ସାଆନ୍ତାଣି ଅଭିଶାପ ବଳେ
ସତେକି ଠାକୁର ଭିକାରୀ ଏବେ! (୬)

ମାହାଲମଣ୍ଡାର ଚକ୍ରବ୍ୟୁହରେ
କନିଷ୍ଠ ଶିକ୍ଷକ ପଡିଛି ଆଜି,
ପ୍ରବେଶ ବିଦ୍ୟାଟି ଜଣାଥିଲା ସିନା
ବାହାରିବା ବାଟ ପାଉନି ଖୋଜି! (୭)

ଭତ୍ତା ବଢିଯାଏ, ଚାଉଳ ପାଆନ୍ତି
ସ୍ୱାସ୍ଥ୍ୟ କାର୍ଡ ମିଳେ ସଭିଙ୍କ ଲାଗି,
ଘର ମିଳିଯାଏ, ଖୁସି ହୋଇ ଆମେ
ମୁହେଁ ଆମ ତୁଣ୍ଡି ଦେଇଛୁ ବାନ୍ଧି! (୮)

ସମୟ ଆସିଛି ଜାଗହେ ଜନତା,
ଶୁଣାଅ ତୁମର ଦୁର୍ବାର ସ୍ୱର,
ତୁଣ୍ଡି ଖୋଲି ଦେଇ ଅଧିକାର ତୁମ
ଜୋର୍ – ଜବରଦସ୍ତ ଆଦାୟ କର! (୯)

ଏବେଠାରୁ ଆମେ ସଚେତ ନୋହିଲେ
ଶୁଣହେ ଓଡିଆ ଭାଈଭଉଣୀ
ଉତ୍ତତ୍ତର-ଦାୟାଦ ଦୋଷ ଦେବେ ନିଶ୍ଚେ
ଘର ବୁଡି ଆମ ଆଣ୍ଠୁଏ ହେଲାଣି ପାଣି,
ଆଣ୍ଠୁଏ ହେଲାଣି ପାଣି, ଆଣ୍ଠୁଏ ହେଲାଣି ପାଣି! (୧୦)

ଶ୍ରୀ ବନମାଳୀ ମିଶ୍ର

ଶ୍ରୀ ବନମାଳୀ ମିଶ୍ର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମରେ ଜନ୍ମିତ ଶ୍ରୀ ବନମାଳୀ ମିଶ୍ର ଏକାଧାରରେ ଜଣେ କଵି ଓ ଗାଳ୍ପିକ ଭାଵେ ସୁପରିଚିତ। ଜଣେ ଦିଵ୍ୟାଙ୍ଗ ହେଲେ ମଧ୍ୟ ସେ କୋୖଣସି ପରିସ୍ଥିତି ରେ ପଛଘୁଞ୍ଚା ଦେଇନାହାନ୍ତି।ସାମ୍ପ୍ରତିକ ସମାଜରେ ଦୃଶ୍ୟମାନ ହେଉଥିବା ଅନେକ ଚିନ୍ତାଜନକ ସମସ୍ୟାର ଵ୍ୟଙ୍ଗାତ୍ମକ ଉପସ୍ଥାପନା ତାଙ୍କ ଲେଖାରେ ଦୃଶ୍ୟମାନ ହୁଏ।। କଵିତାର ଗତିଶୀଳତା ରେ ବିସ୍ମିତ ଓ ବିମୁଗ୍ଧ ହୁଏ ପାଠକ, ସମ୍ବେଦନଶୀଳତା ରେ ବିଗଳିତ ହୁଏ ତାର ପ୍ରାଣ, ଲୁହ ଟଳମଳ ହୁଏ ତାର ଆଖି।
ମୋ – ୯୧୭୮୨୪୯୭୪୦

Related Posts

ଉତ୍କଳ ର ଗୌରବ
Literature

ଉତ୍କଳ ର ଗୌରବ

by ଦେବେନ୍ଦ୍ର କୁମାର ସାହୁ
April 28, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଅପ୍ରେଲ ୨୦୨୬ ଓଡ଼ିଆ ଜାତିର ବୀରତ୍ୱ ର ଗାଥା ତୁମେ ପଢିଥିଲ ମନଦେଇ ଓଡ଼ିଆ ଭାଷାର ବିଭବ ସୌନ୍ଦର୍ଯ୍ୟ ତୁମ...

Read more
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.