• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ହାଣ୍ଡିଏ ଦୁଧରେ ଟୋପାଏ ମଦ

ହାଣ୍ଡିଏ ଦୁଧରେ ଟୋପାଏ ମଦ
Share on FacebookShare on Xshare on Whatsappshare on Linkedin

ଜୟ କୁମାର ମିଶ୍ର, ଗଜପତି, ୨୬ ଅପ୍ରେଲ ୨୦୨୩

ହାଣ୍ଡିଏ ଦୁଧରେ, ଟୋପାଏ ମଦଟି
ଅପବିତ୍ର କରି ଦିଏ,
ସମାଜ ମଧ୍ୟରେ, କୂଚକ୍ରୀଟି ପାରେ
ସମାଜ ବିଗିଡ଼ି ଯାଏ ll
କହେ କେତେ ମିଛ, ସତ ହେବ ତୁଚ୍ଛ
କେହିବି ଜାଣିବେ ନାହିଁ,
ପଙ୍ଗପାଳ ପରି, ପଛେ ଘୁରି ଘୁରି
ବିଶୃଙ୍ଖଳା ଦେବେ ଥୋଇ ll
ଶାନ୍ତି ସୁଖ ଯିବ, ଆଶାନ୍ତି ରହିବ
କେତେ ଦଳ, କେତେ ବଳ,
କେତେ ମତଭେଦ, କେତେ ଯେ ବିବାଦ
ପ୍ରତିବାଦ, ପ୍ରତିଫଳ ll
ଘରେ ଓ ବାହାରେ, ସମାଜ, ମଧ୍ୟରେ
ମଦ ବିନ୍ଦୁ ପରି ଜଣେ,
ଖଳର ନାୟକ, କରାମତି ଦେଖ
କଳହ ପସରା ବୁଣେ ll
କିଛି ଦେଇ ନେଇ, ଅନୁଗତ ନେଇ
କରନ୍ତି ଯାତରା ଯେତେ,
ପ୍ରଗତି କରେନା, ପ୍ରଗତି ଚାହେଁନା
କରେ ଗୁଣ୍ଡାଗିରି ସତେ ll
ଘରେ ବସି ନାଟ, ରଚଇ ଉଦ୍ଭଟ
ନିଜର ବଡ଼ିମା ପାଇଁ,
କରେ କେତେ କାଣ୍ଡ, ହୋଇ ଲଣ୍ଡଭଣ୍ଡ
ସବୁ ମୂଳମଞ୍ଜି ସେହି ll
ମେଣ୍ଢା ପରି କେତେ, ଧରି ସେହି ପଥେ
ସମର୍ଥନ ହାତ ଥୁଆ,
ଭଲ ମନ୍ଦ କଥା, ନକରି କେ ଚିନ୍ତା
ପାଣିରେ ଲଗାନ୍ତି ନିଆଁ ll
ସବୁଠିତ ପେଞ୍ଚ, ବିରୋଧଟି ଘଞ୍ଚ
ବାଛ ବିଚାରରେ କଳି,
ନଥିବ ଶୃଙ୍ଖଳା, ରୀତି, ନୀତି ହେଳା
ଇଜ୍ଜତକୁ ଦେଇ ବଳି ll
ମନ ଫଡ଼ା ଫଡ଼ା, ମତ ଭେଦ ଛିଡ଼ା
ଜଣେ, ଦୁଇଜାଣ ପାଇଁ,
ଗାଆଁଠୁ ସହର, ଆଜି ହାଃ -ହାଃ କାର
ଜଳୁଛି ଅଶାନ୍ତି ନିଆଁ ll
ଘରେ ବାହାରରେ, ରାଜନୀତି ଭରେ
ନିଜର ଫାଇଦା ପାଇଁ,
ସମୂହ ସୁଖଟି, ଜଳି ଭସ୍ମ ସେଠି
କିଙ୍କର ମଉନ ହୋଇ ll
ଜିଦାଜିଦ ଭାବ, ତାହାର ପ୍ରଭାବ
ଶିରୀ, ସୁଖ, ସାରିଦିଏ,
ରକତ ସମ୍ପର୍କ, ହୋଇ ଯାଏ ତିକ୍ତ
ଯାଆ ଆସ ବନ୍ଦ ହୁଏ ll
ମଲା, ଗଲା କାଳେ, ଶୁଭର ବେଳାରେ
ନିଜର ମଣିଷ ସବୁ,
ଯାଆନ୍ତି ଦୁରାଇ, ଉପସ୍ଥିତି ନାହିଁ
ନିଜେ ବଳିଆର ପ୍ରଭୁ ll
ହାଣ୍ଡିକ ଦୁଧରେ, ଟୋପାଏ ମଦଟି
ନଷ୍ଟ, ଭ୍ରଷ୍ଟ କଲା ପରି,
ଖଳ ପ୍ରକୁତିର, ସ୍ୱଚ୍ଛାଚାରିଙ୍କର
ଚକ୍ରାନ୍ତ କରେ ବଇରୀ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.