• About
  • Contact
Sunday, September 13, 2026
Sunday, September 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ହେ ବାଣୀବରପୁତ୍ର

ହେ ବାଣୀବରପୁତ୍ର
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୨୦ ସେପ୍ଟେମ୍ବର ୨୦୨୨

ହେ ପରମ ପୂଜ୍ୟ !!!
ଶବ୍ଦବ୍ରହ୍ମ ପୂଜାର୍ଚ୍ଚନାରେ
ଶୁଦ୍ଧ ଶୁଭ୍ରତାର ପ୍ରାଞ୍ଜଳ ପ୍ରତିଭା
ପ୍ରତିଭାତ ଉତ୍କଳ ଭୂମିରେ
ସୀମାହୀନ ଅନୁରକ୍ତି
ଅତୀତର ବୁକୁ ଚିରି
ମାଟିର ସପନ
ଭୂମି ଠାରୁ ଭୂମା ମାପିଲ ଦୂରତା ।।

ହେ ମହାନୁଭବୀ !!!
ଅୟୂତ ସ୍ବପ୍ନର ସମ୍ଭାରେ
ସୁବର୍ଣ୍ଣ ସମ୍ଭାବନା
ଶାଶ୍ବତ ସମ୍ପର୍କର ସୂତ୍ରେ
ଆତ୍ମିୟତାର ପ୍ରତିଲିପି
ନିୟତିର ମଧୁର ନିୟମରେ
ମେଲିଛି ନୟନ ତୁମରି କୃତିରେ
ଏ ଉତ୍କଳ ମାଟି ।।

ହେ ପ୍ରଥିତଯଶା !!!
ଭାବର ଉଦୟ ତୁମେ ମୁଗ୍ଧ ରୂପାୟନ
ଚେତନାର ନବ ଅଭିଯାନେ
ମହାଲଗ୍ନରେ ଝରୁଥିବା
ଭାଷା ମକରନ୍ଦ
ମୁକ୍ତ ଅସ୍ତରାଗେ ଯହିଁ
ସତ୍ୟ, ଶିବ, ସୁନ୍ଦର ।।

ହେ ଅମ୍ଳାନ ଜ୍ୟୋତି !!!
ଏକତାର ସ୍ପନ୍ଦନରେ
ଅଭିମନ୍ତ୍ରିତ ସମ୍ପର୍କର ଲିପି
ପ୍ରାଣତନ୍ତ୍ରୀର ଧ୍ବନି ଧ୍ରୁପଦରେ
ସୁବର୍ଣ୍ଣ ତରଙ୍ଗ ମାଳା
ଅତଏବ ଆୟତ୍ତରେ
ସ୍ଥିତପ୍ରଜ୍ଞତାର ନିରୋଳା ସ୍ବାକ୍ଷର ।

ହେ ପୂଜ୍ୟ ଯଶସ୍ବୀ !!!
ଏହି ପୂଣ୍ୟମାଟିରେ
ଭାଗ୍ୟର ସ୍ମାରକୀ
ବ୍ୟାପ୍ତ ପରିଧିର ସ୍ବୀକୃତି
ନୀରବ ଲଗ୍ନରେ ଅନୁଭବର ସିଦ୍ଧାନ୍ତ
ସବୁଜ କଲ୍ଲୋଳରେ
ମୁଗ୍ଧତାର ସ୍ନିଗ୍ଧମୟ ଶବ୍ଦ କଳା ।।

ହେ ଉଜ୍ଜ୍ବଳ ପୂଣ୍ୟାତ୍ମା !!!
ପ୍ରତୀକ୍ଷାର ଆଖିହଳେ
ଅବଶିଷ୍ଟ ଆକର୍ଷଣେ
ଏହି ଶୁଭ୍ର ଶରତର କମନୀୟ କାନ୍ତି
ସମୟର ଚୌହଦୀରେ ଗରୀୟାନ
ଭିନ୍ନ ଏକ ଅନୁଭୂତିରେ
ତବ ସ୍ମୃତି ଅନୁରାଗରେ
ଟୋପାଟୋପା ସ୍ନେହ
ଶେଷ ସୂର୍ଯ୍ୟସ୍ତରଙ୍ଗରେ
ବାଢ଼ି ଦିଏ କୁଢ଼କୁଢ଼ ଅଭିମାନ
କେଉଁ ମଧୁର ନିୟତି ଇଚ୍ଛାକୁ
ବରିନେଲ ତୁମେ
ଉଜ୍ଜ୍ବଳ ସ୍ମୃତିର ଅନୁପ୍ରାସ ଲେଖି ।।

ହେ ମହାନ ଦ୍ରଷ୍ଟା !!!
ବାରବାର ଫେରିବାର ସ୍ବାଭିମାନ
ମାହାଙ୍ଗା ମାଟିରେ
ଉତ୍କଳକୁ କରି କୋଳାଗ୍ରତ
ଭାଙ୍ଗି ଦେଇ ନୀରବତା
ଦୂରକରି ନିଃସଙ୍ଗତା
ଆକାଶଭର୍ତ୍ତି ଅପେକ୍ଷା ଆଦରେ
ସ୍ବୀକାରୋକ୍ତି କରିନିଅ
ବିଶ୍ୱାସର ବିନ୍ଦୁରୁ ଅନ୍ତରର ସିନ୍ଧୁଯାଏ
କୋଟି କୋଟି ବିନମ୍ର ପ୍ରଣତି ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ବର୍ଷା ଭିଜା ରାତି(୨)
Literature

ବର୍ଷା ଭିଜା ରାତି(୨)

by ପ୍ରଭୁକଲ୍ୟାଣ ମହାପାତ୍ର
September 12, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬ ବର୍ଷା ଭିଜା ରାତି ଅନ୍ଧାରରେ କୁଣ୍ଡା ଝଡ଼ା ବରଷା ବିନ୍ଦୁରେ ତନୁ ମୋର ଶିହରୀ ଉଠେରେ ତୁମ ସ୍ମୃତି...

Read more
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.