ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୭ ଅପ୍ରେଲ ୨୦୨୩
ତୁମେ ଥିଲ ଚୀର ଯୁବକ ହେ “ବିଜୁ”
ତୁମେ ଥିଲ ଏହି ରାଇଜ ପ୍ରାଣ
ତୁମେ ଥିଲ ଦୃଢ଼ ମନା ହେ ନାୟକ
ତୁମେ ଥିଲ ଏହି ଜାତି ସ୍ପନ୍ଦନ.
ତୁମେ ଥିଲ ସ୍ୱାଭିମାନୀ ଆହେ ବିଜୁ
ଓଡ଼ିଆ ପ୍ରତିଷ୍ଠା ଥିଲା ସଂକଳ୍ପ
ତୁମେ ଥିଲ ଜଣେ ଏପରି ମଣିଷ
ଖୋଜିଲେ ମିଳେନି ତୁମ ବିକଳ୍ପ.
ନିଜ ପରାକାଷ୍ଠା ବଳରେ ହେ ବିଜୁ
ସୁନାମ ଆଣିଲ ନିଜର ପାଇଁ
ଦେଶ ବିଦେଶ ରେ ଜାତି ପୂଜା ପାଏ
“ଭୂମି ପୁତ୍ର” ନାମ ବିଶ୍ୱ ଘୋଷଇ.
“କଳିଙ୍ଗ” ନାମଟା ଘୋଷୁଥିଲ ବିଜୁ
ଇତିହାସ ତା’ର କରି ସ୍ମରଣ
ସେ ନାମ ପ୍ରକାଶେ ବୀରତ୍ୱ ଜାତିର
ରଖିଥିଲ ବିଜୁ ସେ ନାମେ ଧ୍ୟାନ.
ତୁମ କୀର୍ତ୍ତି ଗାଥା ବର୍ଣ୍ଣି ବାକୁ ବିଜୁ
ଆମ ପାଶେ ନାହିଁ ଭାଷା ଭଣ୍ଡାର
ନାମ ଟି ତୁମର ପ୍ରେରଣା ଆମର
ତୁମେ ରବି ସମ ଚୀର ଭାସ୍ଵର.
ତୁମ ପୂଣ୍ୟ ଶ୍ରାଦ୍ଧ ଦିବସେ ହେ ବିଜୁ
ଶ୍ରଦ୍ଧାଞ୍ଜଳୀ ବାଢ଼େ ହୃଦ କନ୍ଦରୁ
ତୁମର ସ୍ବର୍ଗୀୟ ଆଶୀଷ ସର୍ବଦା
ଏ ଜାତି ମସ୍ତକେ ନିରତେ ଝରୁ.
**********
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପୂଣ୍ୟ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ପ୍ରତି ଗଭୀର ଭାବ ଓ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ