ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଜୁଲାଇ ୨୦୨୩
ହେ ଗୁରୁ ତୁମେ ଆଲୋକ ବର୍ତ୍ତିକା
ମୁହିଁ ଅମା ଅନ୍ଧକାର
ହେ ଗୁରୁ ତୁମେ ଜ୍ଞାନ ଗନ୍ତାଘର
ମୁହିଁ ଅଜ୍ଞାନ ପାମର.
ହେ ଗୁରୁ ତୁମେ ଉଜ୍ଜ୍ୱଳ ରତନ
ପାବନ ତୁମର ନାମ
ହୃଦୟେ ପୂଜିଲେ ତୁମକୁ ଗୁରୁହେ
ମିଳେ ବଇକୁଣ୍ଠେ ସ୍ଥାନ.
ହେ ଗୁରୁ ତୁମେ ପରମ ପୁରୁଷ
ତୁମେ ବ୍ରହ୍ମା ବିଷ୍ଣୁ ହର
ତୁମେ ମାତା ପିତା ସଖା ସହୋଦର
ତୁମ ବାଣୀ ଗୀତା ସାର.
ପ୍ରତି ଦିନ ଗୁରୁ ପୂର୍ଣ୍ଣିମା ଭାବି ମୁଁ
ତୁମ ପାଦ ବନ୍ଦେ ମୁହିଁ
କର୍ମ ଧର୍ମ ମାର୍ଗେ ନେବହେ ଆଗେଇ
ଜ୍ଞାନ ଆଲୋକ ଦେଖାଇ.