ଦେବେନ୍ଦ୍ର କୁମାର ସାହୁ, ୨୨ ସେପ୍ଟେମ୍ବର ୨୦୨୨
ହେ ଜଗନ୍ନାଥ ବିଶ୍ୱ ବିଧାତା
ତୁମେ ନାଥ ଏହି ଅଖିଳର,
ତୁମେ ନୁହଁ ପ୍ରଭୁ ହିନ୍ଦୁଙ୍କ ଠାକୁର
ତୁମେ ନିୟାମକ ଧର୍ମର.
ସବୁ ଧର୍ମ ସାର ମାନବତା
ଏହାହିଁ ତ ପ୍ରଭୁ ଗୀତା ତତ୍ତ୍ୱ,
ଯେଉଁ ଗୀତା ତୁମେ କହିଛ ଶ୍ରୀମୁଖେ
ଯା ବାଣୀ କରୁଛି ବିଶ୍ୱହିତ.
ଆକାର ତୁମର ନାହିଁ ପ୍ରଭୁ
ତୁମେ ତ ଶୂନ୍ୟ ପରଂବ୍ରହ୍ମ
ତୁମର ଆକାର ଥିଲେ ଜଗନ୍ନାଥ
ଆକାର ସୂଚାନ୍ତା ତୁମ ଧର୍ମ.
ତୁମେ ତୁମ କାରିଗର ନାଥ
ଗଢି ଦେଇଅଛ ନିଜକୁ ନିଜେ
ଯେଉଁ ମତ ଭକ୍ତ ଦେଖଇ ତୁମକୁ
ତା’ର ଇଷ୍ଠ ଭାବି ତୁମକୁ ଭଜେ