ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜୁନ ୨୦୨୫
ହେ ଲୀଳାମୟ ପ୍ରଭୁ ପରଂବ୍ରହ୍ମ
ବିଜୟ ସ୍ନାନ ମଣ୍ଡପରେ
ସେ ମଣ୍ଡପ ଧନ୍ୟ ବରଷକେ ଥରେ
ତୁମକୁ ଧରି ତା କୋଳରେ.
ହେ ପୁରୁଷୋତ୍ତମ ଦାରୁବ୍ରହ୍ମ
ସ୍ନାହାନ କରିବ ଖୁସିରେ
ବରଷକେ ଥରେ ସ୍ନାନ ଜଳ ଦେଇ
ସେ କୂପ ଧନ୍ୟ ମହୀରେ.
ହେ ମହାବାହୁ ଚକାଆଖି
ହାତୀ ବେଶ ହେବ ଶ୍ରଦ୍ଧାରେ
ବରଷକେ ଥରେ ହେବ ଏହି ବେଶ
ଗଣପତି ଭଟ୍ଟ ସ୍ମୃତିରେ
ହେ କୋଠଭୋଗୀ ଅବତାରୀ
ମଣୋହି କରିବ ଠାଣିରେ
ବରଷକେ ଥରେ ଥୋଡକୁ ବୁଲାଇ
ପ୍ରସାଦ ଖାଇବ ଶ୍ରଦ୍ଧା ରେ.
ହେ ବିଶ୍ୱପତି ନାରାୟଣ
ଦେଖାଇଛ ଲୀଳା ମହୀରେ
ବରଷକେ ଥରେ ସ୍ନାନ କରି ଜଳେ
ରହିଯିବ ପ୍ରଭୁ ଅଣସରେ.
****
ଚତୁର୍ଦ୍ଧାମୂର୍ତ୍ତି ଙ୍କର ପବିତ୍ର ଜନ୍ମ ତିଥି
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ
ପ୍ରଭୁଙ୍କ ପଦପ୍ରାନ୍ତରେ ସହସ୍ର କୋଟି ପ୍ରଣତି।
ତୁମ ଆଶୀଷ ରେ ବିଶ୍ୱ ର ମଙ୍ଗଳ ହେଉ ହେ ମହାବାହୁ।