ଦେବେନ୍ଦ୍ର କୁମାର ସାହୁ, ୨୦ ସେପ୍ଟେମ୍ବର ୨୦୨୨
ଯାହାଙ୍କ କଥାରୁ ଅମୃତ ଝରେ
ସେହିପରି କଥା ଯନ୍ତ୍ରଣା ହରେ
ହୃଦୟ କୁ ଛୁଇଁ କଥା ଦୁଇ ପଦ
ଶତ୍ରୁକୁ ସହଜେ ନିଜର କରେ,
ପ୍ରଜ୍ଞା ଜର ଜର ପୁରୁଷ ଟିଏ
ଜ୍ଞାନରେ ଅମାପ ସାଗର ସିଏ
ସରସ୍ବତୀ ପୁତ୍ର ଜ୍ଞାନର ପ୍ରଦୀପ
ଅନ୍ୟ ପ୍ରଦୀପକୁ ଜଳାଇ ଥାଏ
ଜାତିର ସଂସ୍କୃତି ଐତିହ୍ୟ ଗାଥା
କହୁଥିଲେ ଯିଏ ନିଗୁଢ଼ କଥା
ଜାତି ପ୍ରେମ ସ୍ରୋତ ବହୁଥିଲା ଖରେ
ତାଙ୍କ କଥା ଶୁଣି ଉଠଇ ମଥା.
ଜଗନ୍ନାଥଙ୍କର ପୂତ ରହସ୍ୟ
କହି ବୁହାନ୍ତି ସେ ମଧୁର ରସ
ଶୁଣିଦେଲେ ତାଙ୍କ ବ୍ୟାଖ୍ୟା କାହାଣୀ
ଉଚ୍ଚାଟିତ ହୁଏ ହୃଦ ମାନସ.
ରତ୍ନଗର୍ଭା ମାତା ଯୋଗ୍ୟ ସନ୍ତାନ
ଶରତ ଚନ୍ଦ୍ରମା ପରି ମହାନ
“ଶରତ କର”ସେ ପ୍ରଣମ୍ୟ ପୁରୁଷ
ଶ୍ରଦ୍ଧାଞ୍ଜଳୀ ବାଢେ ଏ ଦୀନ ଜନ