ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ମଇ ୨୦୨୩
ଯାଇ ପାରୁନାହିଁ ଘଟଗାଁକୁ ମୁଁ
ଦେଖୁଛି ତୋତେ ମୁଁ ଘରେ ମୋର
ମୋ ମା ମୁହଁକୁ ଦେଖିଦେଲେ ମୁହିଁ
ଲାଗେ ପାଇଗଲି ଦର୍ଶନ ତୋର.
ତୋ ପ୍ରସାଦ ଟିକେ ପାଏ ନାହିଁ ବୋଲି
ନିଜକୁ ନିରେଖ ଭାବିନାହିଁ
ମା ହାତ ରନ୍ଧା ପାଟିରେ ବାଜିଲେ
ତୋ ପ୍ରସାଦ ସ୍ୱାଦ ପାଏ ମୁହିଁ
ତୋର ଦେହ ଲଗା ଲୁଗାରୁ ଟିକିଏ
ମୋ ମଥାରେ କେବେ ବାନ୍ଧିନାହିଁ
ମୋର ମା ଲୁଗା ପଣତ କାନୀକୁ
ଭକ୍ତିରେ ଘୋଡେଇ ଯାଏ ହୋଇ.
ତୋ ମଥାରେ ମା ମନ୍ଦାର ଚଢିବା
ଦେଖିବା ମୋ ଭାଗ୍ୟେ ଲେଖା ନାହିଁ
ମୋ ମା ମଥାରେ ସିନ୍ଦୁର ଦେଖିଲେ
ଚକ୍ଷୁ ମୋର ଧନ୍ୟ ଯାଏ ହୋଇ.
***********************
ମା ତାରିଣୀ ଓ ମୋର ଗର୍ଭ ଧାରିଣୀ
ଉଭୟ ଙ୍କ ପାଦରେ ଅନନ୍ତ କୋଟି ପ୍ରଣତି