ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ନଭେମ୍ବର ୨୦୨୪
ତୋର ଭୟଙ୍କର ରୂପକୁ ଦେଖି ମା
ଡରିଯାଇଥାଏ ପାପୀ ଜନ
ପାପୀ ଜନଙ୍କର ମୁଣ୍ଡ ମାଳା ମା
ଗଳାରେ କରିଛୁ ତୁ ଧାରଣ.
ତୋତେ ମୁହିଁ ମା କରିଲେ ଦର୍ଶନ
ହୃଦ ପୂରିଯାଏ ତତକ୍ଷଣ
ତୋ ରୂପରେ ଦେଖେ ବିଶ୍ୱର ସ୍ୱରୂପ
ଦେଖି ବାକୁ ମନ ଅନୁକ୍ଷଣ.
ସୁନ୍ଦର ଭିତରେ ତୁ ସୁନ୍ଦରତମ
ତୋ ପରି ବିଶ୍ୱରେ ନାହିଁ କେହି
ତୋ ନାମ ସ୍ମରଣେ ଦୁଃଖ ଚାଲିଯାଏ
ଶୟନେ ଜାଗ୍ରତେ ମୁଁ ସ୍ମରଇ.
ତୋର ପୂଜା ପାଇଁ ସବୁ କ୍ଷଣ ମା
ଅଟଇ ଅମୃତ ବେଳା ମା’
ପ୍ରାର୍ଥନା କରଇ ଆକୁଳେ ତୋତେ ମୁଁ
ମୋ ହୃଦ କନ୍ଦରେ ବସି ଥା.