ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜୁଲାଇ ୨୦୨୩
ତୁମେ ସତ୍ୟ ତୁମେ ନିତ୍ୟ
ତୁମେହିଁ ସୁନ୍ଦର,
ତୁମେ ଗତି ତୁମେ ମୁକ୍ତି
ତୁମେହିଁ ଆଧାର,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ତୁମେ ସ୍ରଷ୍ଟା ତୁମେ ସୃଷ୍ଟି
ତୁମେହିଁ ଓଁକାର.
ତୁମେ ଭବ ତୁମେ ଦ୍ରବ୍ୟ
ତୁମେହିଁ ତ ଶକ୍ତି,
ତୁମେ ଦ୍ରଷ୍ଟା ତୁମେ ଦୃଷ୍ଟି
ତୁମେ ଅଭିବ୍ୟକ୍ତି,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ତୁମେ ଶବ୍ଦ ତୁମେ ନାଦ
ତୁମେ ବେଦ ସୂକ୍ତି.
ତୁମେ ଜଳ ତୁମେ ସ୍ଥଳ
ତୁମେ ଚରାଚର,
ତୁମେ ବିନ୍ଦୁ ତୁମେ ସିନ୍ଧୁ
ତୁମେ ହିଁ ଅମ୍ବର,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ତୁମେ ତୃଣ ତୁମେ ତରୁ
ତୁମେ ମଧୁକର.
ତୁମେ ରଥ ତୁମେ ରଥୀ
ତୁମେ ଚିତ୍ରକର,
ତୁମେ ଚକ୍ର ତୁମେ ଚକ୍ରୀ
ତୁମେହିଁ ଶ୍ରୀଧର,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ତୁମେ କାୟା ତୁମେ ମାୟା
ତୁମେ ମାୟାଧର.