• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୟ ଜୟ ଶ୍ରୀଜଗନ୍ନାଥ
ପଦ୍ମଶ୍ରୀ ବାଗ୍ମୀ ସ୍ବର୍ଗତ ଡ଼କ୍ଟର ରଜତ କରଙ୍କ ୯୨ ତମ ଜୟନ୍ତୀ ଅବସରରେ ସ୍ମୃତିଗୀତିକା

ଜୟ ଜୟ ଶ୍ରୀଜଗନ୍ନାଥ ପଦ୍ମଶ୍ରୀ ବାଗ୍ମୀ ସ୍ବର୍ଗତ ଡ଼କ୍ଟର ରଜତ କରଙ୍କ ୯୨ ତମ ଜୟନ୍ତୀ ଅବସରରେ ସ୍ମୃତିଗୀତିକା
Share on FacebookShare on Xshare on Whatsappshare on Linkedin
ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଗୋପାଳପୁର, ବାଙ୍କୀ, କଟକ, ୨ ସେପ୍ଟେମ୍ବର ୨୦୨୫

ରାଗ – ଚୋଖି

ହେ ପୂଜ୍ୟ ପୁଣ୍ୟ ପ୍ରତିଭା
ଉତ୍କଳ ସାହିତ୍ୟ ଶୋଭା
ଜଗନ୍ନାଥ ଗବେଷକ ହିରଣ୍ୟଗର୍ଭା
ନାଟକ ଦୃଶ୍ୟ ଚନ୍ଦ୍ରମା
ଦର୍ଶକ ମନ ମଣିମା
ଭଞ୍ଜକାବ୍ୟ ବିମଣ୍ଡିତ ଯଶ୍ୱସୀ ପ୍ରଭା
ଇନ୍ଦୁମତୀ ପ୍ରିୟ ନନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

କବିକୂଳର ସ୍ପନ୍ଦନ
ରଖିଗଲ କବିମାନ
କାବ୍ୟକବିତା ପ୍ରସାରେ ଥିଲ ନିମଗ୍ନ
ରଖିବାକୁ ଭାଷା ଟେକ
ଯୋଦ୍ଧା ଥିଲ ହେ ନିର୍ଭୀକ!
ପଛକୁ ଚାହିଁ ନଥିଲ ହେ ପ୍ରଜ୍ଞାବାନ!
କୁଳମଣି ହୃଦ ଚନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ହେ ନାଟକ ଜ୍ଞାନଦୀପ
ରଚିଲ ବହୁ ନାଟକ
ଦେଖୁଥିଲେ ଦେଖୁଛନ୍ତି ପ୍ରିୟ ଦର୍ଶକ
ଆକାଶବାଣୀ ସମ୍ଭାର
ବନ୍ଦୁଛନ୍ତି ନାଟ୍ୟକାର
ଦୂରଦର୍ଶନରେ ତବ ଗାଥା ପ୍ରସାର
ହେ ପଦ୍ମଶ୍ରୀ ତୁମେ ମହାନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ଅଧ୍ୟାପନା ଶେଷ କରି
ଶିକ୍ଷା କ୍ଷେତ୍ରକୁ ଆଦରି
ପ୍ରଶାସନେ ଯୋଗ ତବ ପଦାଧିକାରୀ
ଅନ୍ତିମରେ ନିର୍ଦ୍ଦେଶକ
ଓଡ଼ିଶା ଶିକ୍ଷା ମୟୂଖ
ଆଲୋକିତ କରୁଥିଲ ବିଦ୍ୟାନଗରୀ
ଶିକ୍ଷାକାଶ ତପ୍ତ ତପନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ଗୁରୁବର ବିଚ୍ଛନ୍ଦଙ୍କ
ଅନୁସରିଣ ପଦାଙ୍କ
କଳିଙ୍ଗ ଭାରତୀ ସଭାପତି ପଦରେ
ଷାଠିଏ ବର୍ଷୁ ଅଧିକ
ବାହିନେଲ ହେ ନାବିକ!
ଝୁରୁଛି ଉତ୍କଳ ମାତା ଲୋତକଧାରେ
ଚନ୍ଦନେ ଶ୍ରୀକ୍ଷେତ୍ରେ ଗମନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ତବ ଲେଖା କୀର୍ତ୍ତିମାଳା
କଳିଙ୍ଗ ଭାରତୀ ଗଳା
ହାର ରୂପେ ସ୍ରବିଅଛି ହୃଦପଦ୍ମରେ
ତବ ଧାରା ବିବରଣୀ
କଥା କର୍ଣ୍ଣରେ ନ ଶୁଣି
ଝୁରୁଛନ୍ତି ନରନାରୀ ମନ ମଧ୍ୟରେ
ଆହେ ବାଗ୍ମୀ ବାଣୀ ନନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ଅନ୍ତଃରାଷ୍ଟ୍ରୀୟ ଜାତୀୟ
ସମ୍ମାନରେ ବିଭାମୟ
ଶ୍ରେଷ୍ଠ ନାଟ୍ୟକାର ଭଞ୍ଜଶ୍ରୀ ଉପାଧି
ଜଗନ୍ନାଥ ପୁରସ୍କାର
ରୁଚି ସମ୍ମାନ ବେଭାର
ପଦ୍ମଶ୍ରୀ ସମ୍ମାନ ଡି. ଲିଟ. ଉପାଧି
ସକଳ ସମ୍ମାନ ଶୋଭନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ଜଗନ୍ନାଥଙ୍କ କୃପାରେ
ଚାରୁ ଚନ୍ଦନ ଯାତ୍ରାରେ
ଶେଷଯାତ୍ରା ତବ ନୀଳାଚଳ ଧାମରେ
ହେ ନିଃଶବ୍ଦ ପଦାତିକ
ସୁବକ୍ତା ସୁଗବେଷକ
ପାଲା ସମୀକ୍ଷକ ପ୍ରାର୍ଥନା ଟିଭିରେ
ବନ୍ଦୁ ତବ ପାଦ ନଳୀନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।

ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର

ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର

ଏମ.ଏ., ବ୍ୟାକରଣଚାର୍ଯ୍ୟ

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.