• About
  • Contact
Sunday, July 5, 2026
Sunday, July 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୪ ଜୁଲାଇ ୨୦୨୬

ଭଲ ଲୋକ ଆଉ କାହିଁରେ
ଖୋଜିଲେ ମିଳୁତ ନାହିଁରେ।
ଚାରିଆଡେ ଦେଖେ
ଅମଣିଷ ଗୁଡା
ଯୁଆଡକୁ ଦେଲେ ଚାହିଁରେ।।

ଖୋଜୁଛନ୍ତି ଖାଲି ଧନରେ
ଖୋଜୁନାନ୍ତି ଭଲ ମନରେ।
ଅନ୍ୟାୟ ଉପାୟେ
ଧନ ଠୁଳ ପାଇଁ
ହେଉଛନ୍ତି କନକନରେ।।

କହି ପାରିବକି କିଏରେ
କେମିତିକା ଯୁଗ ଇଏରେ।
କାଲି ଯେଉଁ ଲୋକ
ପାଖେ ଥିଲା,କାହିଁ
ଆଜି ଶତ୍ରୁ ବନେ ସିଏରେ।।

ପୁଣ୍ୟ ପଥ ସବୁ ଛାଡିକି
ପାପ ପଥେ ଯା’ନ୍ତି ମାଡିକି।
ପେଟରେ ଅଳିଆ
ଭରି, ଧର୍ମ କଥା
କହୁଥାନ୍ତି ମୁହଁ ଝାଡିକି।।

ବିଶ୍ୱାସରେ ବିଷ ଦିଅନ୍ତି
ସବୁ ଲୁଟିଲାଟି ନିଅନ୍ତି।
ଅନ୍ୟାୟ ଅନୀତି
ଦୁର୍ନୀତିକୁ ନୀତି
କରି ଆନନ୍ଦରେ ଡିଅଁନ୍ତି।।

ଭୁଲି ଯାଇ ଦୟା ଧରମ
କରୁଥାନ୍ତି ଅପ କରମ।
ଖରାପ ବାଟରେ
ଗଲାବେଳେ କାହିଁ
ଲାଗୁନି ଟିକିଏ ସରମ।।

ଏ ଯୁଗ ମଣିଷ କେମିତି
ବନିଯାଏ ସତେ ଏମିତି।
ଶୁଣିବାକୁ ଇଛା
ଜାଣିଛ ଯଦିକେ
କୁହ ପଛେ ତୁମେ ଯେମିତି।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!
Literature

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

by ଦେବେନ୍ଦ୍ର କୁମାର ସାହୁ
July 3, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ଜୁଲାଇ ୨୦୨୬ କିଏ ଦେଲା ତୋତେ ଜଗନ୍ନାଥ ନାମ ମୁଁ ଛାର ଅଜ୍ଞାନ ବୁଝିବି କାହୁଁ ତୁହି ତୋର ସ୍ରଷ୍ଟା...

Read more
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.