ଦେବେନ୍ଦ୍ର କୁମାର ସାହୁ, ୧୫ ଅକ୍ଟୋବର ୨୦୨୨
ଜୀବନ ଦେଇଛ ନେଇଯିବ ପୁଣି
ତୁମ ହାତ ଗଢ଼ା କଣ୍ଢେଇ ମୁହିଁ
ଜୀବନ ଥିବାରୁ କଣ୍ଢେଇ ନାଚୁଛି
ନାହିଁ କିଛି ଇଚ୍ଛା ମୋହର ନାହିଁ.
ଯେତିକି ଦେଇଛ ଚାବି କଣ୍ଢେଇ ରେ
ଚାଲୁଛି ସେତିକି ଚାଲୁଥିବ
ଚାବି ର ଶକତି କାଢିନେଲେ ପ୍ରଭୁ
ଅଦରକାରୀ ସେ ହୋଇଯିବ.
ସେହି କଥା ପ୍ରଭୁ ବୁଝି ପାରୁନାହିଁ
ଅନ୍ଧାରେ ବୁଲାଏ ବାଡ଼ି ମୁହିଁ
ଆଲୋକ ପଥ କୁ ଆଣ ମୋତେ ପ୍ରଭୁ
ଜ୍ଞାନ ପଥ ପ୍ରଭୁ ପାଉନାହିଁ.
ଜୀବନ ହେଉ କି ଜ୍ଞାନ ମୋର ହେଉ
ତୁମ ସୁଦୟା ରେ ପ୍ରାପ୍ତ ତାହା
ଆତ୍ମ ଅହଂକାରେ ଭୁଲିଯାଏ ମୁହିଁ
ସଂସାର ସାଗରେ ବୁଡ଼େ ଯାହା.