ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୮ ମାର୍ଚ୍ଚ ୨୦୨୩
ଜୀବନ ତ ପାଣି ଫୋଟକା ଟିଏ
ଜନ୍ମ ନିଏ ସିଏ ଫୁଟିଯିବା ପାଇଁ
ଫୁଟିବା ପୂର୍ବରୁ ସେ ପାଣି ଫୋଟକା
ଆନନ୍ଦ ରେ ଜଳେ ଭାସୁଥାଏ.
ଜୀବନ କ୍ଷଣିକ ଜଣା ସଭିଙ୍କୁ
ମୁହୂର୍ତ୍ତ ଟିଏ ବି ନଷ୍ଟ କରିବାନି
ହସି ହସାଇବା ସାରା ଦୁନିଆକୁ
ରଖିଯିବା ଯଶ କାଳ କାଳକୁ.
ଭାଇଚାରା ପର୍ବ ହୋଲି ଆସିଛି
ହସ ଖୁସି ରଙ୍ଗ ସାଥେ ଆଣିଅଛି
ଜୀବନକୁ ମଧୁମୟ ସେ କରୁଛି
ଚୁନା ଚୁନା ସ୍ମୃତି ହୃଦେ ଭରୁଛି.