• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୀବନରେ ମନ ର ପରିବର୍ତ୍ତନ

ଜୀବନରେ ମନ ର ପରିବର୍ତ୍ତନ
Share on FacebookShare on Xshare on Whatsappshare on Linkedin
ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୩ ଅପ୍ରେଲ ୨୦୨୫

ମନ ଖୋଜୁଥିଲା ବୋଉ ର କୋଳକୁ
ଭଉଣି ସାଥିରେ ବସି,
ଶୁଣିବାକୁ ତହିଁ ‘ଧୋରେ ବାଇଆ’,
ଦେଖିବାକୁ ପୂର୍ଣ ଶଶି ।।୧।।

ସାଙ୍ଗ ସାଥି ମେଳେ ଦଉଡ଼ା ଦଉଡ଼ି
କେବେ କାନ୍ଦ କେବେ ହସ,
ସ୍ନେହ, ଶ୍ରଦ୍ଧା ଆଉ ମମତା କଥାରେ
ପିଲାଦିନ ପାଏ ରସ ।।୨।।

ବାଦୁଡ଼ି ହୋଇ ସେ ଗଛ ଗହଳରେ
ଖାଉଥିଲା କେତେ ଆମ୍ବ
ମାଙ୍କଡ଼ ହୋଇ ବି ଡ଼ାଳରେ ଦଉଡ଼ି
ଦେଖଉଥିଲା ସେ ଦମ୍ଭ ।।୩।।

ପକ୍ଷୀ ପରି କେବେ ଆକାଶରେ ଉଡ଼େ
ଉଡ଼ାଜାହଜରେ ସାଥେ
ମାଛ ପରି କେବେ ଜଳରେ ପହଁରେ
କୈଶୋର ବିତେ ଏମନ୍ତେ ।।୪।।

ସଂଘର୍ଷର ଦିନ ଆସି ପହଞ୍ଚିଲା
ପଢ଼ିବାର ଚିନ୍ତା ଘାରେ,
କିପରି ମିଳିବ ଚାକିରିଟି ମୋତେ
କସି ମେହନତ କରେ ।।୫।।

ଚାକିରି ମିଳିଲା, ଭାଗ୍ୟ ବଦଳିଲା
ବାପା ମାଆ ଗଲେ ଚାଲି,
ପରିବାର ବୋଝ ମୋ ମୁଣ୍ଡେ ପଡ଼ିଲା
ଯଉବନ ଗଲା ସରି ।।୬।।

ଚାକିରି ସରିଲା ବେଳକୁ ମୋ ପିଲେ
କର୍ମସଂସ୍ଥାନକୁ ଗଲେ,
ଦେଖି ତାଙ୍କୁ ଶାନ୍ତି ମିଳୁଥିଲା ଯାହା
ସାତ ସପନ ହୋଇଲେ ।।୭।।

କ୍ଲାନ୍ତ, ଶ୍ରାନ୍ତ, ଶ୍ଲଥ ଶରୀରକୁ ନେଇ
ଭାବୁଥାଏ ବେଳେ-ବେଳେ,
ବାର୍ଦ୍ଧକ୍ୟ ମୋ ଚାଲିଯାଉଅଛି
ଚିରନିଦ୍ରା କବଳରେ ।।୮।।

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ଉତ୍କଳ ମଣି ଗୋପବନ୍ଧୁ ଦାସ
Literature

ଉତ୍କଳ ମଣି ଗୋପବନ୍ଧୁ ଦାସ

by ଦେବେନ୍ଦ୍ର କୁମାର ସାହୁ
October 9, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୬ ଜଗନ୍ନାଥ ଏକା ନେତା ଉତ୍କଳରେ ଆଉ ନେତା କେହି ନାହିଁ ତୁମେ କହିଥିଲ ଉଦ୍ଦାତ କଣ୍ଠରେ ଜୟ...

Read more
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.