• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କବିତା

କବିତା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୧ ମାର୍ଚ୍ଚ ୨୦୨୩

କବିତା ଯେମିତି ଅଲିଅଳୀ
ସେମିତି ଅଭିମାନୀ
ଏ ଯାଏଁ ଦାବିପତ୍ର ଲେଖିବା
ଶିଖିପାରିଲାନି ।

ସେଥିପାଇଁ ତା କପାଳରେ
ଅବସାଦ ଅବଶୋସ
କେତେ ଦୁଃଖ ଅସହାୟତା
ଲେଖା ହେଲା କେଉଁ
ଆଦିମ ଫର୍ଦ୍ଦରେ ।

କାଳେ କାଳେ ଚର୍ଚ୍ଚିତ
ଚରମ ସୀମାରେ
ହୋଇଛି ଭୂ-ଲୁଣ୍ଠିତା
ଯେବେ କହିଛି କଙ୍କାଳର
ବାସ୍ତବ ବ୍ୟଥା ।
ସେ କବିତା, ବନିତା ଲତା ନ୍ୟାୟରେ
ଇତିହାସରେ ବିକିଦେଲା ହୃଦୟ
ଭୂଗୋଳ ପୋଥିରେ ପୋତିଦେଲା
ମନର ଆବେଗ ।

ତଥାପି ସେ ଧର୍ଯ୍ୟର ଦସ୍ତାବିଜରେ
ଇସ୍ତାହାର ଲେଖେ ।
ସାଉଁଟିବ ମାଟିରୁ ଆକାଶ ।

ହଁ ସେ………….
ଭିଜାମାଟିର ବାସ୍ନାରେ ମହକେ
ଖୋଲା ପବନରେ ଡେଣା ଝାଡ଼େ
ମୁକୁଳା ମହ୍ଲାର ଆଲିଙ୍ଗନରେ
ନିଜକୁ ସଜାଡ଼ି ନିଏ
ଧାଡ଼ି ଧାଡ଼ି ଶବ୍ଦ ପୁଞ୍ଜରୁ ।
ହସେ ଆଉ ହସାଏ ।

ଜୀବନ ଜୀଇବାକୁ ଯୋଗାଡ଼େ ଇନ୍ଧନ
ଯୋଡ଼ି ଦିଏ ବନ୍ଧନ
ଜାଳିବାକୁ ନୁହେଁ ଜଳିବାକୁ
ଖୁବ୍ ଭଲପାଏ ସେ ।

ଭାବପ୍ରବଣତା ଭିତରେ ଓଦାକରେ ମନ
ନିଶବ୍ଦରେ ଶବ୍ଦ ଆଙ୍କେ
କଲମର କମକୁଟ କଳାରେ
ସଜାଏ ନିଜକୁ
କେତେ ଭଙ୍ଗାଗଢ଼ା ଗଢ଼ଣରେ ।

ମୁକୁଳି ଉଠେ ଦୁଇ ଓଠର ମଝିରେ
ଋତୁପର୍ଣ୍ଣା ହୋଇ
ମହଣେ ମୋହକୁ ଜାବୁଡ଼ି ଧରି
ଆକାଶ ତରଳା ଆକର୍ଷଣରେ
ଅଳ୍ପରେ ଅନେକ ରଙ୍ଗ ମାଖି ।

ସେ ଉଡ଼ି ପାରିବତ
ମୁକ୍ତ ବିହଙ୍ଗ ପରି
ନିଳ ଆକାଶର ନୀଳିମା ତଳେ
କୁହ ତୁମେ କୁହ……..
କିଏ ପିଇବ ତା ଅଦେଖା ଲୁହକୁ
ଶବ୍ଦ ତୂଳୀରେ ଆଙ୍କି ପାରିବ
ତା ଓଠରେ ଚିମୁଟାଏ ହସ
କୁହ ଦେଖି ପାରିବତ
ନ୍ୟାୟିକ କାଠଗଡ଼ାରେ ବାରମ୍ବାର
ବିବସନ ହେଉଥିବା ବେଳେ କବିତା….???
ଅପେକ୍ଷା କରିଥାଅ ତ!!!!

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.