• About
  • Contact
Wednesday, April 29, 2026
Wednesday, April 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାବ୍ୟ ଗଡ଼ର ନାୟକ

କାବ୍ୟ ଗଡ଼ର ନାୟକ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୬ ଜୁନ ୨୦୨୫

ମୁଁ କାବ୍ୟ ଗଡ଼ର, ନାୟକ ହୋଇଛି
ଲେଖୁଛି କବିତା କେତେ
ଭାବନା ପୁଞ୍ଜିକୁ, ଆଧାର କରଇ
ଚିନ୍ତା ଚେତନାର ପଥେ ।।
ଚାରି ଆଡ଼େ ଭରା, ବିଷୟ ପସରା
ସାଉଁଟି ଘେନୁଛି ତାହା
ସୁପ୍ତ ଶରୀରରେ, ମାଂସ ହାଡ଼ ଭରେ
ମେଦ, ରୁଧିରକୁ ଦିଆ ।।
କେତେ ହସ କାନ୍ଦ, କେତେ ଛନ୍ଦ ମନ୍ଦ
ପ୍ରୀତି ପ୍ରତାରଣା ଖେଳ,
ବିଶ୍ବlସରେ ବିଷ, କରେ ସର୍ବନାଶ
ବର୍ବର କାଣ୍ଡର ବଳ ।।
ସୁଟ, ବୁଟ ତଳେ, ପିଶାଚଟି ଖେଳେ
ଖେଳେ ଅଟାଳିକା ଘରେ,
ସମସ୍ତ ଗୁମର, ସବୁ ସମାଚାର
ମୋ ବିତାଟି କହି ପରେ ।।
ଭାବ ଉପ ବନେ, ଫୁଟାଏ ଯତନେ
କେତେ ଯେ ସୁଷମା ଫୁଲ,
ଧରାଇ ବାରୂଦ, ହଜାଏ କା’ନିଦ
ଆତଙ୍କରେ କଲବଲ ।।
ମାନସ ସନ୍ତାନ, ହୋଇ ନବଜନ୍ମ
ପାଠକ ପାଶରେ ଠିଆ,
ହସାଏ, କନ୍ଦାଏ, ସତ କହି ଦିଏ
ଜାଳି ବିପ୍ଳବର ନିଆଁ ।।
କବର ତଳରୁ, ଉଠାଇ ସେ ଆଣେ
ମିଛ, ସଇତାନ ମଢ଼ା,
କରେ ହଟହଟା, କରେ ମୁଣ୍ଡ ଫଟା
କାଠ ଗଢ଼ା ପରେ ଛିଡା ।।
ଦିଅଇ ସନ୍ଦେଶ, ଅଧିକାର ଭାଷ
ଅଜ୍ଞାନକୁ ଜ୍ଞାନ ଦିଏ,
ତୃତୀୟ ନୟନ, କରେ ସନ୍ଦର୍ଶନ
ପ୍ରତି ଅନ୍ତର ଛବି ଟିଏ ।।
ଦୁନିଆଁର ରଙ୍ଗ, ବିଚିତ୍ର ତରଙ୍ଗ
ପହଳା ଏଣ୍ଡୁଅ ବେଶ,
ଆଗେ ରାମ ହରି, ପଛେ ଛୁରି ଧରି
ଜୀବନ ଜୀବିକା ନାଶ ।।
ଜାଗ୍ରତ ପ୍ରହରୀ, ହୁସିଆର କରି
ଜନେ ସେଚେତନ ଭରେ
ମରଣ ମୁହଁରୁ, ବିପଦ ଗଣ୍ଡରୁ
ମଣିଷ ଉଧାର କରେ ।।
ମଣିଷ ପଣିଆ, ଠିକଣା ହଜିଛି
ମଣିଷ ପାଖରେ ନାହିଁ,
ଧନ, କ୍ଷମତାର, ହୋଇ ସେ କିଙ୍କର
ଗୋଲାମ କରୁଛି ଯାଇ ।।
ଭଦ୍ର ମଣିଷର, ଅଭଦ୍ର ଚେହେରା
ଗୁଣ୍ଡା, ଜାନୁଆର ଖେଳ,
ନିରୀହଙ୍କ ପାଇଁ, ଘାତକ ସାଜଇ
କରେ ବଳ, ବପୁ ଖୋଳ ।।
ମୋହରି ରାଇଜେ, ମୁହିଁ ଅଧିପତି
କାହାରିକି ନାହିଁ ଭୟ,
ଆରକ୍ତ ନୟନ, ଧନ, ସନମାନ
କ୍ଷମତାଠି ନାହିଁ ମୋହ ।।
ଧନରେ ଫକୀର, ମନରେ ଆମିର
ଭିଜାଇ ଲୋତକେ ଆଖି,
ବିପଦ ପାହାଡ଼, ଧରି ଅଛି ମୁଣ୍ଡ
ଆଜିବନ ମୁହିଁ ଦୁଃଖୀ ।।
ଯିଏ ଯାହା କହୁ, ସମ୍ମାନ ନଦେଉ
ଜମାରୁ ଶୋଚନା ନାହିଁ,
କବିତାଟି ମୋର, ସ୍ୱର୍ଗ ଇନ୍ଦ୍ର ପୁର
ସ୍ୱପ୍ନ ଦେଖେ ତାର ପାଇଁ ।।
ମୁହିଁ ଚାଲି ଯିବି, ହେବ ଚିରଞ୍ଜିବି
କାବ୍ୟ ସମ୍ଭାରଟି ମୋର,
ମୋତେ ଝୁରୁ ଥିବ, ମନ ପକାଇବ
କହିବ ମନର ଗୀର ।।
ସେହିତ ସମ୍ପଦ, ସେତ ସୁଖ ଚାନ୍ଦ
ମହା ସୁଖ, ମହା ଭାଗ୍ୟ,
ନିତ୍ୟ ନୂତନର, ସେହି ବିଭୁ ବର
ସେହି ମୋର ଅନ୍ତରଙ୍ଗ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.