• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କହ ଜଗନ୍ନାଥ

କହ ଜଗନ୍ନାଥ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ଅଗଷ୍ଟ ୨୦୨୪

ମଣିଷ ଚିହ୍ନିଵା ହୋଇଗଲେ ଭୁଲ
ପୁଳା ପୁଳା ଦୁଃଖ ମିଳେ
କହ ଜଗନ୍ନାଥ ଏପରି କାହିଁକି
ହୁଏ ଏହି ମହୀ ତଳେ.
ହସାଏ କନ୍ଦାଏ ଅତୀତ ର ସ୍ମୃତି
ଚାଲି ବାର ଶକ୍ତି ଦିଏ
କହ ଜଗନ୍ନାଥ ସ୍ମୃତି ନିଆଁ ହୋଇ
କାହିଁ ହୃଦୟ ଜଳାଏ.
ମନ କିଣିଵାଟା ନୁହଁଇ ସହଜ
ଯଦି କିଏ ନ ବିକିବ
କହ ଜଗନ୍ନାଥ ମନ ନ ପାଇଲେ
କାହିଁକି ମନ ଝୁରିବ.
ବାନ୍ଧି ହୁଏ ନାହିଁ ସମୟ ସ୍ରୋତକୁ
ଏହାହିଁ ଶାଶ୍ୱତ ବାଣୀ
କହ ଜଗନ୍ନାଥ ମଣିଷ କାହିଁକି
ଚାଲେ ତା ବୟସ ଗଣି.
ଭବିଷ୍ୟତ କେବେ ହୁଏ ନାହିଁ ଜାଣି
ରହିଛି ସେ ଅନ୍ଧକାରେ
କହ ଜଗନ୍ନାଥ ସୁଖ ପାଇଁ ନର
କାହିଁକି ସର୍ବଦା ଝୁରେ.
ଅତୀତ ହୋଇଛି ଯାହା ଜୀବନରେ
ଆସିବନି କେବେ ଫେରି
କହ ଜଗନ୍ନାଥ କାହିଁ ନର କାନ୍ଦେ
ସେହି ଅତୀତ କୁ ଝୁରି.
ମୃତ୍ୟୁ ସତ୍ୟ ଏହି ମର ଜଗତରେ
ଦେହର ହୁଏ ମରଣ
କହ ଜଗନ୍ନାଥ କାହିଁକି ମଣିଷ
କରେନା ଆତ୍ମ ଚିନ୍ତନ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.